କନକ ବ୍ୟୁରୋ : ବର୍ତ୍ତମାନ ଇସ୍ରାଏଲ ହିଜବୁଲାର ମିସାଇଲ କମାଣ୍ଡର 'ଇବ୍ରାହିମ କୋବେସି'କୁ ମଧ୍ୟ ହତ୍ୟା କରିଛି । କୋବେସିଙ୍କ ମୃତ୍ୟୁ ହିଜବୁଲ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ ହିଜବୁଲ ଉପରେ ଆକ୍ରମଣ ଜାରି ରହିବ ଏବଂ କ୍ଷେପଣାସ୍ତ୍ର ଧାରଣ କରିଥିବା ସମସ୍ତ ଘରକୁ ଧ୍ୱଂସ କରାଯିବ । ଏହି ଘଟଣାକ୍ରମରେ ହିଜବୁଲ୍ଲା ଟପ କମାଣ୍ଡକୁ ହତ୍ୟା କରି ପ୍ରତିଶୋଦ ନେଉଛି ଇସ୍ରାଏଲ । ଆକ୍ରମଣରେ କୋବିସିଙ୍କ ସହିତ ଅନ୍ୟ କେତେକ ପ୍ରମୁଖ ହିଜବୁଲ କମାଣ୍ଡ ନିପାତ ହୋଇଛନ୍ତି । ୨୪ବର୍ଷ ଧରି ଇସ୍ରାଏଲ ପାଇଁ ବିପଦ ଥିବା ହିଜବୁଲାର କମାଣ୍ଡର ଇବ୍ରାହିମ କୁବାସି । ୨୦୦୦ ମସିହାରେ ଟପ କମାଣ୍ଡର ୨ଶହ ଇସ୍ରାଏଲ ସୈନ୍ୟକୁ ଅପହରଣ ଓ ହତ୍ୟା କରିଥିବା ଅଭିଯୋଗ ରହିଥିଲା ।  ଯାହାକି ହିଜବୁଲାର ସାମରିକ ବାହିନୀରେ ନିଜର ସ୍ଥିତିକୁ ଦୃଢ଼ କରିଥିଲା । ଦଶନ୍ଧି ଧରି ହିଜବୁଲ କ୍ଷେପଣାସ୍ତ୍ର କମାଣ୍ଡର ଇବ୍ରାହିମ କୁବାସି ହିଜବୁଲାର କ୍ଷେପଣାସ୍ତ୍ର କ୍ଷମତାର ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲା । ୧୯୮୦ ଦଶକରେ କୁବାସି ହିଜବୁଲରେ ଯୋଗ ଦେଇଥିଲେ । ସେ ଅନେକ କ୍ଷେପଣାସ୍ତ୍ର ୟୁନିଟ୍, ବିଶେଷକରି ସଠିକତା-ଗାଇଡ୍ ମିସାଇଲ୍ ପ୍ରୋଗ୍ରାମକୁ ନିର୍ଦ୍ଦେଶ ଦେଇଥିଲା । ଇସ୍ରାଏଲ ବିରୁଦ୍ଧରେ ହିଜବୁଲାର ସାମରିକ ରଣନୀତିରେ ସକ୍ରିୟ ଭାବରେ ଜଡିତ ଥିଲା । ୨୦୦୦ ମସିହାରେ ହିଜବୁଲାର ମାଉଣ୍ଟ ଡୋଭ ଅପରେସନରେ କ୍ୟୁବାସି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 

Advertisment

ହିଜବୁଲ୍ଲାକୁ ଶକ୍ତ ଧକ୍କା, ଟପକମାଣ୍ଡର ନିହତ 

ଇସ୍ରାଏଲ ହିଜବୁଲାର ମିସାଇଲ କମାଣ୍ଡର 'ଇବ୍ରାହିମ କୋବେସି'କୁ ମଧ୍ୟ ହତ୍ୟା କରିଛି
କୋବେସିଙ୍କ ମୃତ୍ୟୁ ହିଜବୁଲ ପାଇଁ ଏକ ବଡ଼ ଝଟକା 
ଦଶନ୍ଧି ଧରି ହିଜବୁଲ କ୍ଷେପଣାସ୍ତ୍ର କମାଣ୍ଡର ଥିଲା ଇବ୍ରାହିମ 
ହିଜବୁଲାର କ୍ଷେପଣାସ୍ତ୍ର ମିଶନର ଏକ ପ୍ରମୁଖ କମାଣ୍ଡର ଥିଲା 
୧୯୮୦ ଦଶକରେ କୁବାସି ହିଜବୁଲରେ ଯୋଗ ଦେଇଥିଲା
କ୍ଷେପଣାସ୍ତ୍ର ୟୁନିଟ୍, ଗାଇଡ୍ ମିସାଇଲ୍ ପ୍ରୋଗ୍ରାମକୁ ଚଳାଉଥିଲା
ହିଜବୁଲାର ସାମରିକ ରଣନୀତିରେ ସକ୍ରିୟ ଥିଲା
ଇସ୍ରାଏଲ ସେନମାନଙ୍କୁ ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଥିଲା 
୨୦୦୦ ମସିହାରେ ହିଜବୁଲାର ମାଉଣ୍ଟ ଡୋଭ ଅପରେସନରେ 
ଅପରେସନରେ ଇସ୍ରାଏଲର ୨୦୦ସୈନିକଙ୍କ ଅପହରଣ 
ପରେ ଏମାନଙ୍କୁ ହତ୍ୟା କରିଥିଲା 
 ୨୦୦୪ରେ କଏଦୀ ବିନିମୟରେ ମୃତଦେହ ଫେରାଇଥିଲା
ହିଜବୁଲାକୁ ମଜଭୁତ କରିଥିଲା ଇବ୍ରାହିମ କୁବାସି