କନକ ବ୍ୟୁରୋ:  ପୂଜା ପୂର୍ବରୁ ବନ୍ଧା ହେବେ ଅପରାଧୀ । ଏଥିପାଇଁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ଝାରପଡ଼ା ଜେଲ୍‌ ଯାଇ ରେଜିଷ୍ଟର ଯାଞ୍ଚ କରିଛି ପୋଲିସ । କେଉଁ ଅପରାଧୀ ଏବେ ଜେଲରେ ଅଛନ୍ତି ଏବଂ କେଉଁମାନେ ଜାମିନ ପାଇ ବାହାରେ ବୁଲୁଛନ୍ତି ତାର ତାଲିକା ପ୍ରସ୍ତୁତ କରାଯାଉଛି । ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଅବରାଧ ରୋକିବାକୁ ଦାଗି ଅପରାଧୀମାନଙ୍କୁ ବାନ୍ଧିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ସୋମବାର ସମସ୍ତ ଥାନାର ଅଧିକାରୀଙ୍କ ସହ ସ୍ପେଶାଲ ସ୍କ୍ୱାର୍ଡ ଏସିପି ଝାରପଡା ସ୍ୱତନ୍ତ୍ର କାରାଗାର ଯାଇ ଜେଲରେ ପରେଡ୍ କରିଛନ୍ତି ।