ଆସୁଛି ଦୁର୍ଗାପୂଜା, ସରିନି କଟକ ଚଣ୍ଡୀ ମନ୍ଦିରର ନବୀକରଣ: ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ

Advertisment

କଟକର ଆରାଧ୍ୟ୍ୟ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ନବକଳେବର ପାଇଁ ହୋଇଥିଲା ୭୦ କୋଟି ଟଙ୍କାର ବ୍ୟୟବରାଦ। ପୂର୍ବ ବିଜେଡି ସରକାର ଦୁଇ ବର୍ଷ ତଳୁ ଏଥିପାଇଁ କାମ ଆରମ୍ଭ କରିଥିଲେ।

କଟକର ଆରାଧ୍ୟ୍ୟ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ନବକଳେବର ପାଇଁ ହୋଇଥିଲା ୭୦ କୋଟି ଟଙ୍କାର ବ୍ୟୟବରାଦ। ପୂର୍ବ ବିଜେଡି ସରକାର ଦୁଇ ବର୍ଷ ତଳୁ ଏଥିପାଇଁ କାମ ଆରମ୍ଭ କରିଥିଲେ।

efew

କନକ ବ୍ୟୁରୋ: କଟକର ଆରାଧ୍ୟ୍ୟ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ନବକଳେବର ପାଇଁ ହୋଇଥିଲା ୭୦ କୋଟି ଟଙ୍କାର ବ୍ୟୟବରାଦ। ପୂର୍ବ ବିଜେଡି ସରକାର ଦୁଇ ବର୍ଷ ତଳୁ ଏଥିପାଇଁ କାମ ଆରମ୍ଭ କରିଥିଲେ। 

ସରିଛି ଅବଧି, ସରୁନି କାମ
ନବୀକରଣରେ ବିଳମ୍ବ ନେଇ ଉଠିଲା ପ୍ରଶ୍ନ
ଅଧପନ୍ତରିଆ ହୋଇ ରହିଛି କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ। ୨ ବର୍ଷ ପରେ ବି ସରିପାରୁନି କାମ । ମୁଣ୍ଡ ଉପରେ ଦୁର୍ଗା ପୂଜା ଥିବାରୁ ଚିନ୍ତା ବଢ଼ିଛି । ୨୦୨୨ ମସିହାରେ ନବୀକରଣ ପାଇଁ ଘୋଷଣା କରିଥିଲେ ପୂର୍ବ ସରକାର । ଏଥିପାଇଁ ବ୍ୟୟବରାଦ ହୋଇଥିଲା ୭୦ କୋଟି ଟଙ୍କା । ତତ୍କାଳିନ ସରକାରଙ୍କ ଗେହ୍ଲା ପୁଅ ସାଜିଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ ବା ଓବିସିସି ଏହି କାମର ଠିକା ନେଇଥିଲା। ୨୦୨୩ ଅକ୍ଟୋବର ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କିନ୍ତୁ ୨ ବର୍ଷ ପରେ ବି ପ୍ରକଳ୍ପ କାର୍ଯ୍ୟ ଅଧା ପନ୍ତରିଆ ହୋଇ ପଡିଛି। କାର୍ଯ୍ୟରେ ବିଳମ୍ବ ନେଇ ପ୍ରଶ୍ନ ଉଠାଇବା ସହ ପ୍ରକଳ୍ପର ଡିପିଆର ସାର୍ବଜନୀନ କରିବାକୁ ଦାବି କରିଛି ମନ୍ଦିର ସୁରକ୍ଷା କମିଟି । 

ଭୋଗ ଓ ପୂଜା ଦୋକାନଗୁଡିକ ଅତି ଛୋଟ ହୋଇଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଅକ୍ଟୋବରରେ ବ୍ୟବସାୟୀଙ୍କୁ ଦୋକାନ ଘର ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମୁଖ୍ୟ ମନ୍ଦିର ଡିଜାଇନରେ ପରିବର୍ତ୍ତନ କରାଯାଇ ଦଶହରା ପରେ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ତେବେ ପ୍ରଶ୍ନ ଉଠୁଛି, କାହିଁକି ବିଳମ୍ବ ହେଲା ଚଣ୍ଡୀ ମନ୍ଦିର ନିର୍ମାଣ କାର୍ଯ୍ୟ? ଠିକା ସଂସ୍ଥା ଓବିସିସି ଦାୟୀ ନାଁ ତତ୍କାଳିନ ସରକାରଙ୍କ ଆନ୍ତରିକତା ଅଭାବ? ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇନି ତ? ନୂଆ ସରକାର ଏହାକୁ ଗୁରୁତର ସହ ନେଇ ନବୀକରଣ କାର୍ଯ୍ୟକୁ ଆଗେଇ ନେବେ କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe