Photograph: (kanaknews)
କନକ ବ୍ୟୁରୋ : ପ୍ରଥମେ ମିଶିକି କମେଡି ଭିଡିଓ, ତା ପରେ ପ୍ରେମ, ଆଉ ଏବେ ପରସ୍ପର ବିରୋଧରେ ସଂଗୀନ ଅଭିଯୋଗ | ଏହି କାହାଣୀ ହେଉଛି ୟୁଟ୍ୟୁବର ମିଷ୍ଟର ଗୁଲୁଆ ଓ ତାଙ୍କ ପତ୍ନୀ ବର୍ଷାଙ୍କର | ସ୍ୱାମୀ ଗୁଲୁଆଙ୍କ ନାମରେ ଆଜି ପତ୍ନୀ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ କେବଳ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଘାରିଛି କିଏ କହୁଛି ସତ? କାରଣ ଘରର ଚାରିକାନ୍ଥ ଭିତରେ ପ୍ରେମ-ପ୍ରଣୟ ସହ କଳି ଏବେ କ୍ୟାମେରା ସାମ୍ନାକୁ ଯାହା ଆସିଛି ସେଥିରେ କେତେ ବାସ୍ତବତା ରହିଛି |
ଗଞ୍ଜାମ-କନ୍ଧମାଳ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ : ଗୁଳିବିନିମୟରେ ଟଳିଲେ ଟପ୍ ମାଓନେତାଙ୍କ ସମେତ ୪ ମାଓବାଦୀ
ବାସ୍ତବରେ ଆଜି ସକାଳେ ପ୍ରଥମେ ମିଷ୍ଟର ଗୁଲୁଆ ଏକ ଭିଡିଓ ମେସେଜରେ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି | କିଛି ଲୋକ ବଦନାମ କରିବାର ଧମକ ଦେଇ ଟଙ୍କା ମାଗୁଥିବା ଭିଡିଓରେ ଦାବି କରିଥିଲେ ଗୁଲୁଆ। ତାଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଇପାରେ ବୋଲି ସେ ଦାବି କରିଥିଲେ। ଏତଲା ଦେବାକୁ ଯିବାରେ ବିପଦ ଥିବାରୁ ଭିଡ଼ିଓ ଜରିଆରେ ସେ ନିଜ ସମସ୍ୟା ଜଣାଇଛନ୍ତି। ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ କହିଥିଲେ। ଆଉ ଏହାପରେ ମୁହଁ ଖୋଲିଛନ୍ତି ପତ୍ନୀ ବର୍ଷା | ବର୍ଷା ବି ଗୁଲୁଆଙ୍କ ନାମରେ ମାନସିକ ନିର୍ଯାତନା ସହ ନେଇଥିବା ଟଙ୍କା ଫେରାଉନଥିବା ସହ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି |
ବର୍ଷା କହିଛନ୍ତି ଯେ ୮ ମାସ ଧରି ମୁଁ ଆଉ ତାଙ୍କ ପାଖରେ ନାହିଁ | ସେ ମୋତେ ଘରୁ ମାଡ ମାରି ବିଦା କରିଦେଇଥିଲେ | ତା ପୂର୍ବରୁ ଆମ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯାହାକୁ ମୁଁ କେବେ କାହା ଆଗରେ କହୁନଥିଲି | ବର୍ଷା କହିଛନ୍ତି ଯେ ୨୦୨୪ ମସିହା ଜୁନ-ଜୁଲାଇ ମାସରୁ ଗୁଲୁଆ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ସେ ଏଭଳି ନ କରିବାକୁ ମନା କରିଥିଲେ | ଆଉ ମନା କରିବାରୁ ଗୁଲୁଆ ରାଗିଯାଇ ଅନେକ ଥର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ ମରାଯିବା ସହ ଅକଥନୀୟ ଅତ୍ୟାଚାର କରାଯାଉଥିଲା | ଅନେକ ଥର ଦୁଇ ପରିବାର ମଧ୍ୟରେ ବୁଝାମଣା ହେବା ସତ୍ତ୍ୱେ ଓ ଗୁଲୁଆଙ୍କୁ ବୁଝାଇବା ସତ୍ତ୍ୱେ ସେ ବୁଝିନଥିଲେ | କେବଳ ମୋ ପରିବାର ନୁହେଁ ପୁଲିସ ବି ତାଙ୍କୁ ବୁଝାଇଛନ୍ତି, କିନ୍ତୁ ପରକୀୟା ପ୍ରୀତି ରଖିବାରୁ ବିରତ ହୋଇନଥିଲେ ଗୁଲୁଆ |
ବର୍ଷା କହିଛନ୍ତି ଯେ ମୋତେ ବହୁତ ବାଧିଥିଲା ଯେ ମୋତେ ନ ଛାଡି ସେ ଆଉ ଥରେ ବାହା ହେବା ପାଇଁ ଝିଅ ଖୋଜୁଛନ୍ତି | ମୋର ୭-୮ ବର୍ଷ ବର୍ବାଦ କରି କେମିତି ଝିଅ ଖୋଜିପାରୁଛ, ତାହା ମୋତେ ବହୁତ ବାଧିଥିଲା |ବର୍ଷା କହିଛନ୍ତି ଯେ ବାହାଘର ବେଳେ ମୋ ବାପା ଝିଅ ପାଇଁ ୫୦ ଲକ୍ଷ ଟଙ୍କା ଦେଇଥିଲେ | ଝିଅ କେମିତି ଖୁସିରେ ରହିବ ସେଥିପାଇଁ ଘର କରିକି ଦେଇଥିଲେ | ତେଣୁ ମୋ ବାପା ତାଙ୍କୁ କହିଥିଲେ ଯେ ଯେହେତୁ ମୋ ଝିଅ ଆଉ ରହିବ ନାହିଁ ତେଣୁ ଟଙ୍କା ଫେରାଇଦିଅ | ଗୁଲୁଆଙ୍କ ବାପା ମଧ୍ୟ ମୋ ବାପାଙ୍କୁ ୩ ମାସରେ ଟଙ୍କା ଫେରାଇଦେବେ ବୋଲି କହିଥିଲେ |
Follow Us