କନକବ୍ୟୁରୋ : ବିଛିନ୍ନାଞ୍ଚଳରେ କମିବ ପେଟ୍ରୋଲ ଓ ଡିଜେଲ ଦର , ଓଡ଼ିଶାର ୯ଟି ସ୍ଥାନରେ କମିବ ପେଟ୍ରୋଲ ଡିଜେଲ ଦର । ଆଜି ଲାଗୁ ହେବ ନୂଆ ଦର । ଅଧିକ ପରିବହନ ଖର୍ଚ୍ଚ ପାଇଁ ବିଛିନ୍ନାଞ୍ଚଳରେ ଅଧିକ ଥିଲା ତୈଳ ଦର ।
ସହରାଞ୍ଚଳ ଭଳି ବିଚ୍ଛିନ୍ନାଞ୍ଚଳରେ ବି ପେଟ୍ରୋଲ ଓ ଡିଜେଲ ଦର ସମାନ ରଖିବାକୁ ଦାବି ଥିଲା। ଯାହାକୁ ମାନି ନେଇଛନ୍ତି ସରକାର । କୁନନପାଲ୍ଲୀ, କାଳିମେଳା, ଗୋନ୍ଧିପାଲ୍ଲୀ, ନନ୍ଦପୁର, ମାଳିପୁଟ, ରାମଗିରି, ବଡସାଗର,ରାଇଘର,ଝରିଗାଁରେ ନୂଆ ଦରରେ ମିଳିବ ପେଟ୍ରୋଲ ଓ ଡିଜେଲ । ଏ ବାବଦରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।