କୋମାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି : ନିର୍ଦ୍ଦେଶକୁ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ

ୟୁଜିସି ଗାଇଡଲାଇନ ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ସେଲ୍ ଗଠନ କରିବା ନିୟମ ଅଛି । ଯୌନ ନିର୍ଯାତନା ଅଭିଯୋଗ ବାବଦରେ ବାର୍ଷିକ ରିପୋର୍ଟ ବାଧ୍ୟତାମୂଳକ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଅଧିକାଂଶ  କଲେଜ ଓ ବିଶ୍ବବିଦ୍ୟାଳୟରେ ନା ଆଇସିସି ଅଛି ନା ମହିଳା ସହାୟତା ସେଲ୍। ଯେଉଁଠି ଅଛି ସେଠାରେ କାର୍ଯ୍ୟକାରୀ ହେଉନାହିଁ

Colleges Flout UGC Norms on Womens Help Cells and ICCs

Colleges Flout UGC Norms on Womens Help Cells and ICCs Photograph: (KANAK NEWS)

କନକ ବ୍ୟୁରୋ: ୨୦୨୪ ମସିହା ସେପ୍ଟେମ୍ବର ୨୩ ତାରିଖରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ । କ୍ୟାମ୍ପସରେ ଛାତ୍ରୀ, ମହିଳା ଯେଭଳି ମହିଳା ଯୌନଶୋଷର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏହି କମିଟି ଗଠନ କରାଯିବ । ୨୦୧୩ର ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶନାମାକୁ ପ୍ରାୟ ଏକ ବର୍ଷ ବିତିଲାଣି, କିନ୍ତୁ କମିଟିର କୌଣସି ବି ନିର୍ଦ୍ଦେଶନାମା ଅଧିକାଂଶ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହୋଇନାହିଁ । ଏବେ ବାଲେଶ୍ବର ଘଟଣା ପରେ ରିପୋର୍ଟର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ବାଲେଶ୍ବର ଘଟଣା ପରେ ସରକାର ତତ୍ପର ହୋଇଛନ୍ତି । 

ୟୁଜିସି ଗାଇଡଲାଇନ ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ସେଲ୍ ଗଠନ କରିବା ନିୟମ ଅଛି । ଯୌନ ନିର୍ଯାତନା ଅଭିଯୋଗ ବାବଦରେ ବାର୍ଷିକ ରିପୋର୍ଟ ବାଧ୍ୟତାମୂଳକ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଅଧିକାଂଶ  କଲେଜ ଓ ବିଶ୍ବବିଦ୍ୟାଳୟରେ ନା ଆଇସିସି ଅଛି ନା ମହିଳା ସହାୟତା ସେଲ୍ । ଯେଉଁଠି ଅଛି ସେଠାରେ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ରିପୋର୍ଟ ୟୁଜିସି ପାଖରେ ଦାଖଲ ହେଉନଥିବାରୁ ୟୁଜିସି ବି ଅନ୍ଧାରରେ ରହୁଛି । କେବଳ ହାତଗଣତି କଲେଜ ଓ ବିଶ୍ବବିଦ୍ୟାଳୟ ୟୁଜିସି ଗାଇଡଲାଇନ୍ ମାନୁଛନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ଗତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ସାମ୍ନାକୁ ଆସିଥିଲା । ଏହାପରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ଗଠନକୁ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଆଇସିସି କି ୟୁଜିସି ନିୟମ ମାନୁନଥିବାରୁ ଚିନ୍ତା ବଢ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe