କନକ ବ୍ୟୁରୋ: ୨୦୨୪ ମସିହା ସେପ୍ଟେମ୍ବର ୨୩ ତାରିଖରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ । କ୍ୟାମ୍ପସରେ ଛାତ୍ରୀ, ମହିଳା ଯେଭଳି ମହିଳା ଯୌନଶୋଷର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏହି କମିଟି ଗଠନ କରାଯିବ । ୨୦୧୩ର ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶନାମାକୁ ପ୍ରାୟ ଏକ ବର୍ଷ ବିତିଲାଣି, କିନ୍ତୁ କମିଟିର କୌଣସି ବି ନିର୍ଦ୍ଦେଶନାମା ଅଧିକାଂଶ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହୋଇନାହିଁ । ଏବେ ବାଲେଶ୍ବର ଘଟଣା ପରେ ରିପୋର୍ଟର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ବାଲେଶ୍ବର ଘଟଣା ପରେ ସରକାର ତତ୍ପର ହୋଇଛନ୍ତି ।
ୟୁଜିସି ଗାଇଡଲାଇନ ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ସେଲ୍ ଗଠନ କରିବା ନିୟମ ଅଛି । ଯୌନ ନିର୍ଯାତନା ଅଭିଯୋଗ ବାବଦରେ ବାର୍ଷିକ ରିପୋର୍ଟ ବାଧ୍ୟତାମୂଳକ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ନା ଆଇସିସି ଅଛି ନା ମହିଳା ସହାୟତା ସେଲ୍ । ଯେଉଁଠି ଅଛି ସେଠାରେ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ରିପୋର୍ଟ ୟୁଜିସି ପାଖରେ ଦାଖଲ ହେଉନଥିବାରୁ ୟୁଜିସି ବି ଅନ୍ଧାରରେ ରହୁଛି । କେବଳ ହାତଗଣତି କଲେଜ ଓ ବିଶ୍ବବିଦ୍ୟାଳୟ ୟୁଜିସି ଗାଇଡଲାଇନ୍ ମାନୁଛନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ଗତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ସାମ୍ନାକୁ ଆସିଥିଲା । ଏହାପରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଆଇସିସି ଗଠନକୁ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଆଇସିସି କି ୟୁଜିସି ନିୟମ ମାନୁନଥିବାରୁ ଚିନ୍ତା ବଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/13/colleges-flout-ugc-norms-on-womens-help-cells-and-iccs-2025-07-13-20-27-30.jpg)