କଲବଲ କରୁଛି ପ୍ରବଳ ଜାଡ଼ ; ସାରା ରାଜ୍ୟରେ ଶୀତର ପ୍ରକୋପ।

କଲବଲ କରୁଛି ପ୍ରବଳ ଜାଡ଼ । ଶୀତରେ ଥରି ଉଠୁଛି ଦେହ । ସାରା ରାଜ୍ୟରେ ଶୀତର ପ୍ରକୋପ। କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ନେଇ ଆକଳନ ।

33w

କନକ ବ୍ୟୁରୋ: କଲବଲ କରୁଛି ପ୍ରବଳ ଜାଡ଼ । ଶୀତରେ ଦେହ ଥରି ଉଠୁଛି । ଗତକାଲି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ସେହିପରି ଅଳ୍ପରୁ ମଧ୍ୟମ ଧରରଣ କୁହୁଡ଼ି ନେଇ ଆକଳନ କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟଗଡ଼ରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ତେବେ ଆଗାମୀ ୪ ଦିନ ତାପମାତ୍ରାରେ ବେଶୀ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ କହିଛି । ଡିସେମ୍ବରରେ ଦୁଇଟି ପର୍ୟ୍ୟାୟରେ ୧୦ ଦିନ ରାଜ୍ୟରେ ଶୀତ ଅନୁଭୂତ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe