Cold wave Photograph: (KanakNews)
କନକ ବ୍ୟୁରୋ: ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି । ଜି. ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗିବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀରେ ୮ ଡିଗ୍ରି, ବୌଦ୍ଧରେ ୯.୨ ଡିଗ୍ରି, ଚିପିଲିମା ଓ ରାଉରକେଲାରେ ୯.୯ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଅନୁଗୁଳ ଓ ଭବାନୀପାଟଣାରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୪ ଡିଗ୍ରି ଓ ବଲାଙ୍ଗୀରରେ ୧୦.୮ ଡିଗ୍ରି ରାତି ପାରଦ ରହିଥିଲା ।
ଅଧିକ ପଢନ୍ତୁ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି: କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ
ରାଜଧାନୀ ଭୁବନେଶ୍ଵରେ ରାତି ତାପମାତ୍ରା ୧୩.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨.୪ ଡିଗ୍ରି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Follow Us