କନକ ବ୍ୟୁରୋ : କୋଏମ୍ବାଟୁର କର୍ପୋରେସନ୍ ସଫେଇ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରିବାର ସ୍ଥିତିକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ରାସ୍ତା ସଫା କରୁଥିବା ସଫେଇ କର୍ମଚାରୀଙ୍କ ପାଇଁ ୱେୟାରେବଲ୍ ଛତା ଗିଅର୍ ପରୀକ୍ଷା କରିବାକୁ ଏକ ପାଇଲଟ୍ ଯୋଜନା ଆରମ୍ଭ କରାଯାଇଛି । ବାହାରେ କାମ କରୁଥିବା ସମୟରେ ଖରା ଏବଂ ବର୍ଷା ଦାଉରୁ ସୁରକ୍ଷା ଦେବାରେ ଏହି ଗିଅର୍ କେତେ ପ୍ରଭାବଶାଳୀ ହେବ, ତାହା ମୂଲ୍ୟାଙ୍କନ କରିବା ଏହି ପଦକ୍ଷେପର ଲକ୍ଷ୍ୟ ଅଟେ ।
/filters:format(webp)/kanak/media/media_files/2025/08/06/safeikarmi-2025-08-06-18-59-32.jpg)
ଏହି ଗିଅରରେ ଏକ ବ୍ୟାକ୍ପ୍ୟାକ୍ ଷ୍ଟାଇଲ୍ ଛତା ରହିଛି, ଯାହା ସାମ୍ନାରେ ଏକ ସ୍ୱଚ୍ଛ ପ୍ୟାନେଲ୍ ଲାଗିଛି । ଏହା କର୍ମଚାରୀମାନଙ୍କୁ ଖରା ଦାଉରୁ ସୁରକ୍ଷା ଦେବା ସହ ସେମାନଙ୍କର ହାତ ଖାଲି ରଖି ସଫେଇ କାର୍ଯ୍ୟ କରିବାକୁ ସୁବିଧା ଯୋଗାଇ ଦେବ । କର୍ପୋରେସନ୍ ଅଧିକାରୀଙ୍କ ଅନୁସାରେ, ଏହି ସେଟଅପ୍ କର୍ମଚାରୀମାନଙ୍କୁ ବିଶେଷ କରି ଖରାପ ପାଗରେ ଅଧିକ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି । କର୍ପୋରେସନର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ପାଇଲଟ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ୨୦ ଜଣ ସଫେଇ କର୍ମଚାରୀଙ୍କୁ ଏହି ୱେୟାରେବଲ୍ ଛତା ଗିଅର୍ ବଣ୍ଟା ଯାଇଛି । ସେ କହିଛନ୍ତି, “ଏହି ପରୀକ୍ଷା ଏକ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । କର୍ପୋରେସନ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଏହା କରାଯାଉଛି । ପ୍ରତ୍ୟେକ ଗିଅରର ମୂଲ୍ୟ ପ୍ରାୟ ୨,୦୦୦ ଟଙ୍କା ହେବ ଏବଂ ଏହା ସ୍ଥାନୀୟ MSME ମାନଙ୍କଠାରୁ ଅଣାଯାଇଛି ।" କର୍ପୋରେସନ୍ କର୍ମଚାରୀଙ୍କ ମତାମତ ସମୀକ୍ଷା କରିବାକୁ ଏବଂ ପରୀକ୍ଷା ସମୟରେ ଗିଅରର କାର୍ଯ୍ୟଦକ୍ଷତା ଆକଳନ କରିବାକୁ ଯୋଜନା କରୁଛି । ତେବେ ଏହି ଛତା ଗିଅର୍ କୋଏମ୍ବାଟୁର ସଫେଇ କର୍ମୀଙ୍କ ପାଇଁ ଅନେକ ସୁବିଧା ଆଣିଦେଇଛି । ତେବେ କୋଏମ୍ବାଟୁର ଭଳି ଓଡ଼ିଶାରେ ମଧ୍ୟ ଏହି ସୁବିଧା ଲାଗୁ କଲେ ସଫେଇ କର୍ମଚାରୀଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।