କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଳା। ଆଗକୁ ଏହି ଗନ୍ତାଘରେ ଯୋଡ଼ିହେବ ଆଉ ଏକ ଫର୍ଦ୍ଦ। ପର୍ଯ୍ୟଟନ୍ ହବ୍ ପାଲଟିବ କଫି ଗାର୍ଡ଼େନ । ଏଥିପାଇଁ ୧୦୦ କୋଟିର ଋଣ ଯୋଗାଇବ କେସିସି ବ୍ୟାଙ୍କ୍। ଇକୋ ଟୁରିଜିମ୍‌ ହବ୍‌ରେ ପରିଣତ ହେବ କଫି ଗାର୍ଡ଼େନ। କର୍ଣ୍ଣାଟକ ଢାଞ୍ଚାରେ ନିର୍ମାଣ ହେବ କଟେଜ୍। ଝରଣା କୂଳରେ ବସି କଫିର ମଜା ନେବେ ପର୍ଯ୍ୟଟକ। କଫି ଗାର୍ଡ଼େନରେ କଫି ମଞ୍ଜିର ଉତ୍ପାଦନ ଓ ପ୍ରକ୍ରିୟାକରଣ ଦେଖିପାରିବେ। ସହରୀ ସଭ୍ୟତା ଛାଡ଼ି ଗାଁ ଗହଳିର କଫି ବଗିଚା କଟେଜ୍‌ରେ ରହିବାକୁ ପସନ୍ଦ କରିବେ ପର୍ଯ୍ୟଟକ ।

Advertisment


ପୂର୍ବରୁ କୋରାପୁଟ ସେଂଟ୍ରାଲ କୋପରୋଟିଭ ବ୍ୟାଙ୍କ ଚାଷ ପାଇଁ ଋଣ ପ୍ରଦାନରେ ସୀମିତ ଥିଲା । ଆବଶ୍ୟକ ଅର୍ଥ ଯୋଗାଇ ପାରୁନଥିଲେ। ବର୍ଷବର୍ଷ ଧରି ଚାଷୀଙ୍କ ଉନ୍ନତିରେ ସହାୟକ ହୋଇ ପାରୁନଥିଲା। ଏବେ ନିୟମରେ ପରିବର୍ତନ କରି ପର୍ଯ୍ୟଟନ ବିକାଶ ପାଇଁ ଅଂଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟରେ କଫିକୁ ଗୁରୁତ୍ୱ ଦିଆଯାଇଛି । ବାକି ଚାଷକୁ ମଧ୍ୟ ଆଧୁନିକ ଢଙ୍ଗରେ କରିବା ପାଇଁ ସରକାରଙ୍କ ଯୋଜନା ଅନୁସାରେ କମ୍ ସୁଧରେ ଋଣ ଯୋଗାଇ ଦେବ ଏହି ବ୍ୟାଙ୍କ।   ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ କୋରାପୁଟ କଫିର ଚାହିଦା ଢେର ଅଧିକ ରହିଛି । କୋରାପୁଟକୁ ଆସୁଥିବା ପର୍ଯ୍ୟଟକ କଫି ବଗିଚା ବୁଲି ଦେଖିଥାନ୍ତି। କଫି ଗାର୍ଡେନ୍ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଚାଷୀ ଓ ଉଦ୍ୟୋଗୀ ଉପକୃତ ହେବେ।