କନକ ବ୍ୟୁରୋ: ହୋସ୍ ଉଡ଼ାଇଦେବ ନଡ଼ିଆକତାର ଦାମ । କିଲୋକୁ ୧୦୦ କି ୨୦୦ ନୁହେଁ ବରଂ ୭ ଶହ ଟଙ୍କାରେ ହେଉଛି ବିକ୍ରି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଏତେ ଟଙ୍କାରେ ନଡ଼ିଆକତା କିଣୁଛି କିଏ । ଦର୍ଶକବନ୍ଧୁ ଚାହିଦା ଅଛି ବୋଲି ତ ଆଜି ଚର୍ଚ୍ଚା ହେଉଛି । ନଡ଼ିଆ କତା । ଘରେ ଘରେ ଆମେ ନଡ଼ିଆ ଛଡ଼ାଇବା ପରେ ଫୋପାଡି ଦିଅନ୍ତି । କିନ୍ତୁ ସେହି ନଡ଼ିଆ କତା ଯେ କେତେ ଦରକାରୀ ତାହା ଆମେ ଜାଣୁ ନାହିଁ କି ତାହାର ଦାମ୍ କେତେ ତାହା ବି ଆମକୁ ଜଣା ନାହିଁ । ଭାରତ ବାହାରେ ଏହାର ମୂଲ୍ୟ କାହିଁ କେତେ। ଭାରତରେ ନଡିଆର ଉତ୍ପାଦନରେ ସବୁଠୁ ଆଗରେ । ଆମେ ମାନେ କିନ୍ତୁ ନଡିଆକୁ ବ୍ୟବହାର କରି ତାହାର କତାକୁ ସାଧାରଣତଃ ଫିଙ୍ଗି ଦେଇଥାଉ ।
କିଏ କିଏ ଏହାକୁ ରଖି ଘରେ ଧାର୍ମିକ କାର୍ଯ୍ୟରେ ଲଗାଇଥାନ୍ତି । ଆଉ କିଛି ଚୁଲିରେ ଜାଳେଣି ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ପ୍ରାୟତଃ କ୍ଷେତ୍ରରେ ନଡିଆକତାକୁ ଏତେତେଣେ ଫିଙ୍ଗିଦେଇଥାଉ । ବାସ୍ତବରେ ନଡିଆକତାକୁ ଗୁଣ୍ଡ କରାଯାଇ ଚାଷଜମିରେ ଖତ ଭାବେ ବ୍ୟବହାର କରାଯାଇଥାଏ । ଯାହା ଗଛ ବଢିବାରେ ଏବଂ ଭଲ ଫଳ ଧରିବାରେ ସହାୟକ ହୋଇଥାଏ । ଏକ କିଲୋ ନଡିଆକତା ଖତରେ ୧୪ ଲିଟର ପାଣି ସୁଖେଇବାର କ୍ଷମତା ରଖୁଛି ।
ଏକ ରିପୋର୍ଟ ଅନୁସାରେ ଭାରତ ପ୍ରତିବର୍ଷ ପାଖାପାଖି ୯ ଲକ୍ଷ ନଡିଆକତା ଉତ୍ପାଦନ କରିଥାଏ। ଭାରତ ୧୨୫ରୁ ଅଧିକ ଦେଶକୁ ନଡିଆ ଗୁଣ୍ଡ ବିକ୍ରି କରିଥାଏ । ଏହାର ପ୍ରଧାନ କ୍ରେତା ହେଉଛି ଆମେରିକା। ଭାରତର ତାମିଲନାଡୁରେ ନଡିଆକତାର ଗୁଣ୍ଡ ସବୁଠୁ ଅଧିକ ଉତ୍ପାଦିତ ହୋଇଥାଏ। ଦେଶର ୪୦ ପ୍ରତିଶତ ଉତ୍ପାଦନ କେବଳ ତାମିଲନାଡୁ ହିଁ କରିଥାଏ। ବଜାର ଦର ଯଦି ଦେଖିବାର ତେବେ କିଲୋ ପ୍ରତି ୧୦୦ ଟଙ୍କା । ଏହା ଛଡା ୫-୫ କିଲୋ ବ୍ଲାକ ରେ ବିକ୍ରି କରାଯାଇଥାଏ । ସେହିପରି ନଡିଆକତାର ବଜାର ଦର ମଧ୍ୟ ଅଧିକ । ଯାହା କିଲୋ ପ୍ରତି ୭୦୦ ଟଙ୍କାରେ ବିକ୍ରି କରାଯାଉଛି । ଭାରତରେ ଉତ୍ପାଦିତ ଦ୍ରବ୍ୟ କିନ୍ତୁ ଭାରତ ବଜାରରେ ତାହାର ମୂଲ୍ୟ କିଛି ନାହିଁ । ହେଲେ ଅନ୍ୟ ଦେଶରେ ତାହାର ମୂଲ୍ୟ ଆକାଶ ଛୁଆଁ । ଯାହାର ଜ୍ବଳନ୍ତ ଉଦାହରଣ ନଡିଆକତା । ବିଦେଶ ବଜାରରେ ନଡିଆକତା ଏବଂ କତା ଗୁଣ୍ଡର ଡିମାଣ୍ଡ କାହିଁ କେତେ ..