କନକ ବ୍ୟୁରୋ : ମଣିଷର ଖୁସି ପାଇଁ ବାଜିରେ ଲାଗୁଛି କୁକୁଡ଼ା । ନିୟମକୁ ବଳିଦାନ ଦେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି କୁକୁଡ଼ା ଲଢ଼େଇ । ଯାହା ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ତେଣୁ ଏଭଳି ଖେଳକୁ ପ୍ରୋତ୍ସାହନ ଯୋଗାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି ।

Advertisment

ମଣିଷ ଦେଖୁଛି, ଳଢ଼େଇ କରୁଛନ୍ତି କୁକୁଡ଼ା । ଯିଏ କ୍ଷତାକ୍ତ ହେବ ସିଏ କୁକୁଡ଼ା । ଆଉ ଅନ୍ୟଟି ଜିତିବ । ଏହି ଖେଳକୁ ଉପଭୋଗ କରୁଛନ୍ତି ଶହଶହ ଲୋକ । ଖାଲି ସେତିକି ନୁହେଁ, ଏମାନଙ୍କ ଜିତ ହାର ପଛରେ ମଣିଷ ଟଙ୍କା ବି ଲଗାଉଛି । ଏପରି ଏକ ନିଷ୍ଠୁର ଖେଳ ଉପସ୍ଥିତ ଦର୍ଶକଙ୍କୁ କେଉଁ ତୃପ୍ତି ପ୍ରଦାନ କରୁଛି ତାହା ଏକ ପ୍ରଶ୍ନ ନିଶ୍ଚୟ ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହ ଶାମାଖୁଣ୍ଟା, ତିରୀଙ୍ଗ, ବହଳଦା ଓ ଅନ୍ୟାନ୍ୟ ଅଞ୍ଚଳରେ କୁକୁଡ଼ା ଲଢ଼େଇ ଅଧିକାଂଶ ସମୟରେ ଦେଖିବାକୁ ମିଳେ । ଯାହା ପ୍ରିଭେନ୍ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ ୧୯୬୦ ଅନୁଯାୟୀ ବେଆଇନ୍ ।

ତେବେ ଏଭଳି ଲଢ଼େଇ ସମାଜକୁ ହିଂସାର ବାର୍ତ୍ତା ଦେଉଛି । ଛୋଟ ପିଲାଙ୍କ ମାନସିକତା ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ ଲଢେଇ ଆଳରେ କୁକୁଡ଼ା ଉପରେ ଟଙ୍କା ଲଗାଇ ଜୁଆ ଖେଳୁଥିବା ଯୁବକଙ୍କ ଉପରେ ପୁଲିସ ନଜର ରଖିବା ଦରକାର ବୋଲି ମତପ୍ରକାଶ ପାଇଛି ।