କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀ ବାହିନୀର କମାଲ, ସମୁଦ୍ର ଗର୍ଭରେ ବୁଡ଼ି ଯାଉଥିବା ସମୟରେ ଉଦ୍ଧାର ହେଲା ୧୧ଟି ମୂଲ୍ୟବାନ ଜୀବନ । ରବିବାର ବିଳମ୍ବିତ ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସ୍ବତନ୍ତ୍ର ରେସ୍କ୍ୟୁ ଅପରେସନରେ ବୁଡି ଯାଉଥିବା ଜାହାଜରୁ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କୋଲକାତାରୁ ପୋର୍ଟବ୍ଲୋୟର ଅଭିମୁଖେ ଯାଉଥିବା ଏମଭି ଆଇଟିଟି ପୁମା ନାମକ ଜାହାଜ ମଝି ସମୁଦ୍ରରେ ବୁଡ଼ି ଯାଇଥିଲା ।

ସାଗର ଦ୍ୱୀପରୁ ଦକ୍ଷିଣରେ ସମୁଦ୍ର ମଧ୍ୟରେ ୯୦ ନଟିକାଲ ମାଇଲ ଦୂରରେ ଏହି ଅଘଟଣା ଘଟିଥଲା । ସଙ୍ଗେ ସଙ୍ଗେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାରଙ୍ଗ ଓ ଅମୋଘ ଏକ ସିଜି ଡର୍ନିଅର୍ ବିମାନ ସହିତ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ବୁଡ଼ିଯାଉଥିବା ଜାହାଜରେ ୧୧ଜଣ ଯାତ୍ରୀ ରହିଥିଲେ । ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ସମସ୍ତ ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।