କନକ ବ୍ୟୁରୋ:  ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଲଘୁଚାପ ପ୍ରଭାବରେ ସୁବର୍ଣ୍ଣରେଖାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକର ଜାମକୁଣ୍ଡା କୋଷ୍ଟ କେନାଲ ସୁଇଜ ଗେଟ୍ ପୋଲ ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ି ପଡିଛି । ରାଜଘାଟରେ ଜଳସ୍ତର ବଢି ୧୦.୩୬ ମିଟର ରହିଛି। ସକାଳ ୬ ଟା ସୁଦ୍ଧା ଜଳସ୍ତର ୧୦.୨୦ ମିଟର ରେ ପ୍ରବାହିତ ହେଉଛି ଜଳସ୍ତର । ପ୍ରତି ୩ ଘଣ୍ଟାରେ ୦.୦୧ ମିଟର ବୃଦ୍ଧି ପାଉଛି ନଦୀର ଜଳସ୍ତର। ପାଣି ବଢୁଥିବାରୁ ଜଳେଶ୍ଵର, ବସ୍ତା, ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବିଷ୍ଣୁପୁର ଚଟାଣରେ ୨ ଫୁଟ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ‌ ଚୈଧୁରୀ କୁଦ ରାସ୍ତା ଉପରେ ଏକ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି,ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। 

Advertisment

ସେପଟେ, ଲଗାଣ ବର୍ଷା ପ୍ରଭାବରେ ଧଶି ପଡିଲା ଜାମକୁଣ୍ଡା କୋଷ୍ଟ କେନାଲ ସ୍ଲୁଇଜ୍ ଗେଟ୍ ପୋଲ। ଜାମକୁଣ୍ଡା ଗାଁ କୁ ଯାତାୟତ ବାଧାପ୍ରାପ୍ତ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକର ଜାମକୁଣ୍ଡା କୋଷ୍ଟ କେନାଲ ସୁଇଜ ଗେଟ୍ ପୋଲ ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ି ପଡିଛି । ଫଳରେ ବାଲିଆପାଳ, ଜାମକୁଣ୍ଡା ଗାଁକୁ ଯାତାୟତ ପାଇଁ ସମସ୍ୟା ହେଉଛି। ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଆଣି ପକା ଯାଉଥିବା ବେଳେ, ଯଥା ଶିଘ୍ର ସ୍ଥାୟୀ କାମ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଯଦି ଯଥା ଶିଘ୍ର ଏହାକୁ କାମ କରାନଯାଏ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବାର ଆଶଙ୍କା ଥିବା ଗ୍ରାମବାସୀ କହିଛନ୍ତି  ।