ହଜାର ହଜାର କୋଟି ଟଙ୍କାର କୋଇଲା ଲୁଟ : ମାଇନ୍ସ ଯିବେ ରାଉରକେଲା ଖଣି ବିଭାଗର ଡେପୁଟି ନିର୍ଦ୍ଦେଶକ

Advertisment

ସୁନ୍ଦରଗଡ଼ରେ ହଜାର ହଜାର କୋଟି ଟଙ୍କାର କୋଇଲା ଲୁଟ ।  ମାଇନ୍ସ ଯିବେ ରାଉରକେଲା ଖଣି ବିଭାଗର ଡେପୁଟି ନିର୍ଦ୍ଦେଶକ ।

ସୁନ୍ଦରଗଡ଼ରେ ହଜାର ହଜାର କୋଟି ଟଙ୍କାର କୋଇଲା ଲୁଟ ।  ମାଇନ୍ସ ଯିବେ ରାଉରକେଲା ଖଣି ବିଭାଗର ଡେପୁଟି ନିର୍ଦ୍ଦେଶକ ।

Kol

Photograph: (KanakNews )

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ହଜାର ହଜାର କୋଟି ଟଙ୍କାର କୋଇଲା ଲୁଟ ।  ମାଇନ୍ସ ଯିବେ ରାଉରକେଲା ଖଣି ବିଭାଗର ଡେପୁଟି ନିର୍ଦ୍ଦେଶକ ।  ମାମଲା ଥାନାରୁ ଯାଇ  ମୁଖ୍ୟମମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି । ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍‌ ପହଞ୍ଚି ସତ ସାମ୍ନାକୁ ଆଣିଛି । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ଆଉ ଏଠାରେ ଅଛି ମାଫିଆଙ୍କ ୧୦ରୁ ଅଧିକ କୋଇଲା ଖଣି । 

ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଷ୍ଟକୟାର୍ଡ ଓ ଗଚ୍ଛିତ ରହିଛି ହଜାର ହଜାର ଟନ୍ କୋଇଲା । ଗାଁ ନିକଟ ଦେଇ ବହି ଯାଇଥିବା ଚର୍ତୁଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ସୁନ୍ଦରଗଡ ଖଣି କେଳେଙ୍କାରୀକୁ ନେଇ ଚିନ୍ତାରେ ଅଛନ୍ତି ସରକାର । ଆଉ ଗୋଟିଏ ପରେ ଗୋଟିଏ ଖଣି ଲୁଟର ପର୍ଦ୍ଦାଫାସ ପରେ ସୁନ୍ଦରଗଡ ଡିଡିଏମକୁ  ରିପୋର୍ଟ ତଲବ କରିଛନ୍ତି ଖଣି ନିର୍ଦ୍ଦେଶକ । ରିପୋର୍ଟ ପାଇବା ପରେ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe