କନକ ବ୍ୟୁରୋ : ସୁନ୍ଦରଗଡ଼ରେ ହଜାର ହଜାର କୋଟି ଟଙ୍କାର କୋଇଲା ଲୁଟ । ମାଇନ୍ସ ଯିବେ ରାଉରକେଲା ଖଣି ବିଭାଗର ଡେପୁଟି ନିର୍ଦ୍ଦେଶକ । ମାମଲା ଥାନାରୁ ଯାଇ ମୁଖ୍ୟମମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି । ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍ ପହଞ୍ଚି ସତ ସାମ୍ନାକୁ ଆଣିଛି । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ଆଉ ଏଠାରେ ଅଛି ମାଫିଆଙ୍କ ୧୦ରୁ ଅଧିକ କୋଇଲା ଖଣି ।
ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଷ୍ଟକୟାର୍ଡ ଓ ଗଚ୍ଛିତ ରହିଛି ହଜାର ହଜାର ଟନ୍ କୋଇଲା । ଗାଁ ନିକଟ ଦେଇ ବହି ଯାଇଥିବା ଚର୍ତୁଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ସୁନ୍ଦରଗଡ ଖଣି କେଳେଙ୍କାରୀକୁ ନେଇ ଚିନ୍ତାରେ ଅଛନ୍ତି ସରକାର । ଆଉ ଗୋଟିଏ ପରେ ଗୋଟିଏ ଖଣି ଲୁଟର ପର୍ଦ୍ଦାଫାସ ପରେ ସୁନ୍ଦରଗଡ ଡିଡିଏମକୁ ରିପୋର୍ଟ ତଲବ କରିଛନ୍ତି ଖଣି ନିର୍ଦ୍ଦେଶକ । ରିପୋର୍ଟ ପାଇବା ପରେ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।