ଜବତ ହେଲା ଟନ୍ ଟନ୍ କୋଇଲା ; ସୁନ୍ଦରଗଡ କୋଇଲା ଖଣିରେ ଅତର୍କିତ ଚଢଉ

ସୁନ୍ଦରଗଡ଼ ଚୋରା କୋଇଲା ଖଣିରେ ଗଛିତ କୋଇଲା ଜବତ ।  ରେଡ଼ ପରେ ନିଜ ଅକ୍ତିଆରକୁ ନେଲା ମାଇନିଂ ବିଭାଗ । ହେମଗିରି ତେଲେନଡ଼ିହି ଜଙ୍ଗଲରୁ ଜେସିବି ଓ ଟ୍ରକ ସାହାଯ୍ୟରେ ଜବତ ହେଲା ଟନ ଟନ୍ କୋଇଲା ।

coal seized

coal seized Photograph: (KanakNews)

କନକ ବ୍ୟୁରୋ:   ସୁନ୍ଦରଗଡ଼ ଚୋରା କୋଇଲା ଖଣି ରେ ରେଡ଼ ପରେ , ଖଣି ରେ ଗଛିତ ଥିବା କୋଇଲା ଗୁଡିକୁ ଜବତ କଲା ମାଇନିଂ ବିଭାଗ । ହେମଗିରି ତେଲେନଡ଼ିହି ଜଙ୍ଗଲ ରୁ ଜେସିବି ଓ ଟ୍ରକ ସାହାଯ୍ୟ ରେ ଗଛିତ କୋଇଲା କୁ ଜବତ କରି ନିଲାମ ପାଇଁ ନିଜ ଅକ୍ତିଆର କୁ ନେଲା ଖଣି ବିଭାଗ । ସୁନ୍ଦରଗଡ କୁଲାପଡା, ତେଲେନଡିହି ଜଂଗଲରେ ଶହ ଶହ ଚୋରା କୋଇଲା ଖଣି ଖନନ ଚାଲିଥିବା ଖବର କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା । କେମିତି ବଡ ବଡ ମେସିନ ଲଗାଇ ଜଙ୍ଗଲ ଭିତରେ କୋଇଲା ଖୋଳା ଚାଲିଛି, ଏନେଇ ଆମେ ଦୃଶ୍ୟ ଦେଖାଇଥିଲୁ । ୨୦ରୁ ଅଧିକ ଷ୍ଟକୟାର୍ଡରୁ ଟ୍ରାକ୍ଟର, ମଲଟି ଏକ୍ସଲ ଟ୍ରକରେ ଦିନରାତି ବୁହା ହେଉଛି । ଖବର ପ୍ରସାରଣ ପରେ ଚୋରା ଖଣି ଓ ଷ୍ଟକୟାର୍ଡ ଉପରେ ଚଢ଼ାଉ କରିଥିଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe