କନକ ବ୍ୟୁରୋ:   ସୁନ୍ଦରଗଡ଼ ଚୋରା କୋଇଲା ଖଣି ରେ ରେଡ଼ ପରେ , ଖଣି ରେ ଗଛିତ ଥିବା କୋଇଲା ଗୁଡିକୁ ଜବତ କଲା ମାଇନିଂ ବିଭାଗ । ହେମଗିରି ତେଲେନଡ଼ିହି ଜଙ୍ଗଲ ରୁ ଜେସିବି ଓ ଟ୍ରକ ସାହାଯ୍ୟ ରେ ଗଛିତ କୋଇଲା କୁ ଜବତ କରି ନିଲାମ ପାଇଁ ନିଜ ଅକ୍ତିଆର କୁ ନେଲା ଖଣି ବିଭାଗ । ସୁନ୍ଦରଗଡ କୁଲାପଡା, ତେଲେନଡିହି ଜଂଗଲରେ ଶହ ଶହ ଚୋରା କୋଇଲା ଖଣି ଖନନ ଚାଲିଥିବା ଖବର କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା । କେମିତି ବଡ ବଡ ମେସିନ ଲଗାଇ ଜଙ୍ଗଲ ଭିତରେ କୋଇଲା ଖୋଳା ଚାଲିଛି, ଏନେଇ ଆମେ ଦୃଶ୍ୟ ଦେଖାଇଥିଲୁ । ୨୦ରୁ ଅଧିକ ଷ୍ଟକୟାର୍ଡରୁ ଟ୍ରାକ୍ଟର, ମଲଟି ଏକ୍ସଲ ଟ୍ରକରେ ଦିନରାତି ବୁହା ହେଉଛି । ଖବର ପ୍ରସାରଣ ପରେ ଚୋରା ଖଣି ଓ ଷ୍ଟକୟାର୍ଡ ଉପରେ ଚଢ଼ାଉ କରିଥିଲା ପ୍ରଶାସନ ।