କଳାହୀରା ଚୋରିକୁ ନେଇ ରାଜ୍ୟ ସାରା ହଇଚଇ ; ସବୁ ଜାଣି ଚୁପ୍ ବସିଥିଲା ସ୍ଥାନୀୟ ପ୍ରଶାସନ

କୋଇଲା ଖଣି ଖନନ ଓ ଚୋରିକୁ ନେଇ ସାରାରାଜ୍ୟରେ ହଇଚଇ । ସାମନାକୁ ଆସିଲା ସାଂଘାତିକ ତଥ୍ୟ ।  ସବୁ ଜାଣି ଚୁପ୍ ବସିଥିଲା ସ୍ଥାନୀୟ ପ୍ରଶାସନ । ତହସିଲଦାର ଚାପି ଦେଇଥିଲେ ରେଞ୍ଜରଙ୍କ ଚିଠି । ବିରୋଧୀଙ୍କ ଅଭିଯୋଗ, ଶାସକ ଦଳ ନେତାଙ୍କର ରହିଛି ସମ୍ପୃକ୍ତି । ଜୁଏଲ କହିଲେ, ହେବ କାର୍ଯ୍ୟାନୁଷ୍ଠାନ ।

Coal Mining scam

Coal Mining scam Photograph: (KanakNews)

କନକ ବ୍ୟୁରୋ: ସୁନ୍ଦରଗଡ କଳାହୀରାର କଳା ସାମ୍ରାଜ୍ୟ ଖବର ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏମସିଏଲ ଖଣିଠାରୁ ମାତ୍ର ଅଳ୍ପଦୂରରେ, ମାଫିଆମାନେ କେମିତି ହଜାର ହଜାର ଟନ୍ କୋଇଲା ଲୁଟି ନେଲେ ତାହା ଆଲୋଚନାର ବିଷୟ ହୋଇଛି। ଏସବୁ ଭିତରେ ସାମନାକୁ ଆସିଛି ସାଂଘାତିକ ତଥ୍ୟ। ଅନ୍ୟପଟେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। 

ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜର ରେଞ୍ଜ ଅଫିସର ୧୧.୦୫.୨୦୨୪ରେ ସ୍ଥାନୀୟ ତହସିଲଦାରଙ୍କୁ ଲେଖିଥିବା ଚିଠି ଉପରେ ନଜର ପକାନ୍ତୁ। ପତ୍ର ସଂଖ୍ୟା ୨୫୮ (G) ମାଧ୍ୟମରେ ତହସିଲଦାରଙ୍କୁ ଜଣାଇଥିଲେ ଯେ, ପେଟ୍ରୋଲିଂ କରିବା ସମୟରେ ତେଲେନଡ଼ିହି ରେଭିନ୍ୟୁ ଫରେଷ୍ଟ ମଧ୍ୟରେ ୧୨ରୁ ଅଧିକ ବିରାଟ ବିରାଟ ଚୋରା କୋଇଲା ଖଣି ଚାଲୁ ରହିଛି । ଏହା ୩ ରୁ ୪ ବର୍ଷ ହେବ ଚାଲି ଆସୁଛି । ଏହି ବେଆଇନ କୋଇଲା ଖଣି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତହସିଲଦାର ଙ୍କୁ ନିବେଦନ କରିଥିଲେ । ହେଲେ ଚିଠିକୁ ଲୁଚାଇ ରଖି ବସି ପଡିଥିଲେ ତହସିଲଦାର। ଆଉ ପୂର୍ବ ଭଳି ମାଟି ଖୋଳି କୋଟି କୋଟି ଟଙ୍କାର କଳାହୀରା ତାଡି ନେବା ଜାରି ରଖିଥିଲେ ମାଫିଆ। ଯାହାକି ଜିଲ୍ଳା ପ୍ରଶାସନର ଅସଲ ମୁଖା ଖୋଲି ଦେଇଛି। 

କଳାହୀରାର ଖଣି ସାମ୍ରାଜ୍ୟ ଧରାପଡିବା ପରେ ଜୋର ଧରିଛି ରାଜନୈତିକ ବୟାନବାଜି । କାହା ଛତ୍ରଛାୟା ତଳେ କୋଟି କୋଟି ଟଙ୍କାର କୋଇଲା ଲୁଟ୍ ହେଉଥିଲା ତାକୁ ନେଇ ପରସ୍ପରକୁ ଦୋଷ ଦେଇଛନ୍ତି ନେତା । ବିରୋଧୀ ଦଳର ନେତାମାନେ ଏଥିପାଇଁ ସିଧାସଳଖ ଶାସକ ଦଳର ନେତାଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି। ଖଣି ଲୁଟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ବଡ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ସୁନ୍ଦରଗଡ ସାଂସଦ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe