କୋଇଲା ଲୁଟ ମାମଲାରେ ଖଣି ବିଭାଗର ତନାଘନା ; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୋଗେଶ ସିଂ

ସୁନ୍ଦରଗଡ଼ରେ କଳାହୀରା ଲୁଟ, ଖଣି ବିଭାଗର ତନାଘନା ।  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଲେ ବିଧାୟକ ଯୋଗେଶ ସିଂ । ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଆଗରେ ରଖିଲେ ଦାବି । ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଲେ ଚିଠି ।

Coal loot ###

Coal loot ### Photograph: (KanakNews)

କନକ ବ୍ୟୁରୋ: ସୁନ୍ଦରଗଡରେ କୋଇଲାଖଣି ଲୁଟ୍ ନେଇ ମୁହଁ ଖୋଲିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଯୋଗେଶ ସିଂ । ଘଟଣାର ସିବିଆଇ ତଦନ୍ତ ପାଇଁ  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯୋଗେଶ । ତେଲେନଡିହି, ରତନସରା, କୁଳପଡା ଓ ଅନ୍ୟାନ୍ୟ ଅଞ୍ଚଳ ଏହାଦ୍ବାରା ପ୍ରଭାବିତ ହୋଇଛି । ଏହାପଛରେ ଏକ ମାଫିଆ ଗୋଷ୍ଠୀ କାମ କରୁଛି । ପୁଲିସ, ବନବିଭାଗ କର୍ମଚାରୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଖଣି ଲୁଟ୍ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ କୋଇଲା ଲୁଟ ଘଟଣାର  ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଜରୁରୀ ବୋଲି ଦାବି କରିଛନ୍ତି ବିଧାୟକ ଯୋଗେଶ ସିଂ । ମୁଖ୍ୟମନ୍ତ୍ରୀ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ବି ସେ ଏ ବାବଦରେ ଚିଠି ଲେଖିଛନ୍ତି । 

ସୁନ୍ଦରଗଡ କୋଇଲାଚୋରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ଚିଠିରେ ସେ ଖଣି ଚୋରି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ହେମଗିରି, କୋଇଡା, ବଣାଇରେ ଆଇରନ ଓ ମାଙ୍ଗାନିଜ ଖୁଲମଖୁଲ୍ଲା ଚୋରି ହେଉଥିବା କହିଛନ୍ତି । ସେ ଆହୁରି ଲେଖିଛନ୍ତି,ଏଥରେ ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀ , ଜଙ୍ଗଲ ବିଭାଗ ର ଅଧିକାରୀ , ଖଣି ବିଭାଗ ର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଅଛନ୍ତି । ବେଆଇନ ଖଣି ଖନନ ଓ କୋଇଲା ଉତ୍ତୋଳନ କରୁଛନ୍ତି ମାଫିଆ । ଅତିଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଲେ ନିବେଦନ । ଅବୈଧ ଖଣିକୁ ବନ୍ଦ କରିବା ପାଇଁ ଟାକ୍ସ ଫୋର୍ସ ଗଠନ କରିବାକୁ ସେ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe