ଗଜାନନ ଆସିବା ନେଇ ଚଳଚଞ୍ଚଳ କୋଇଲା ନଗରୀ ; ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

Advertisment

ବର୍ଷ ୪ ହଜାର କିଲୋର ଲଡ଼ୁ ତିଆରି କରି ନୂଆ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି । ଧାଡ଼ି ଧାଡ଼ି ହୋଇ ତିଆରି ଚାଲିଛି ଗଣପତିଙ୍କ ମୂର୍ତ୍ତି ।

ବର୍ଷ ୪ ହଜାର କିଲୋର ଲଡ଼ୁ ତିଆରି କରି ନୂଆ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି । ଧାଡ଼ି ଧାଡ଼ି ହୋଇ ତିଆରି ଚାଲିଛି ଗଣପତିଙ୍କ ମୂର୍ତ୍ତି ।

27

କନକ ବ୍ୟୁରୋ :  ଆସୁଛନ୍ତି ଗଜାନନ , ଚଳଚଞ୍ଚଳ କୋଇଲା ନଗରୀ ତାଳଚେର । ଶିଳ୍ପୀ ମୂର୍ତ୍ତିରେ ଶେଷ ଛୁଆଁ ଦେଉଛନ୍ତି । ଏବର୍ଷ ୪ ହଜାର କିଲୋର ଲଡ଼ୁ ତିଆରି କରି ନୂଆ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି । ଧାଡ଼ି ଧାଡ଼ି ହୋଇ ତିଆରି ଚାଲିଛି ଗଣପତିଙ୍କ ମୂର୍ତ୍ତି । କେଉଁଠି ଶିଳ୍ପୀ ବାଲ୍‌ ଗଣେଶକୁ ଶେଷ ସ୍ପର୍ଶ ଦେଉଛି ତ’, ଆଉ କେଉଁଠି ତୂଳୀ ଜରିଆରେ ଗଜାନନଙ୍କୁ ପିନ୍ଧାଇ ଦେଉଛି ଆକର୍ଷଣୀୟ ପୋଷାକ । ମୂର୍ତ୍ତି କାରିଗର କହିଛନ୍ତି, ମାର୍ଚ୍ଚ-ଏପ୍ରିଲ ମାସରୁ ଆରମ୍ଭ ହେଲାଣି ଗଣପତିଙ୍କ ମୂର୍ତ୍ତି ତିଆରି । ଚଳିତ ବର୍ଷ କାର୍ଟୁନ୍ ବା ବାଲ୍ ଗଣେଶ ସବୁଠୁ ଅଧିକ ଟ୍ରେଣ୍ଡରେ ରହିଛି । ଏମିତିକି ସୋରିଷ, କାଜୁ, ପିସ୍ତା ତିଆରି ଭଳିକି ଭଳି ଥିମ୍‌ର ଗଣେଶ ମୂର୍ତ୍ତି ପାଇଁ ବି ବିଭିନ୍ନ ପୂଜା ମଣ୍ଡପ ଅର୍ଡର ଦେଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe