କନକ ବ୍ୟୁରୋ: ଅଣନିଶ୍ୱାସୀ ହୋଇଗଲେଣି ସୁନ୍ଦରଗଡ଼ବାସୀ । ବିଭିନ୍ନ କମ୍ପାନୀରେ କୋଇଲାରୁ ନିର୍ଗତ ପାଉଁଶ ଲୋକଙ୍କ ସମସ୍ୟାକୁ ଦୁଇ ଗୁଣା କରିଛି । ଏଭଳି ସ୍ଥିତିରେ ସନ୍ଦେହ ଘେରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ଉତ୍ତର । ଗତ ୨୪ ତାରିଖରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲାରେ କେବଳ କୁତ୍ରାରେ ପାଉଁଶ ଗୁଣ୍ଡ ପଡ଼ିଛି । ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏପଟେ ଉପବାଚସ୍ପତି ଭବାନୀଶଙ୍କର ଭୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରୁ ପାଉଁଶ ସମସ୍ୟା କେତେ ଗମ୍ଭୀର ତାହା ସ୍ପଷ୍ଟ ହୋଇଛି । ସୁନ୍ଦରଗଡ ବିଧାୟକ କହିଛନ୍ତି, ମନ୍ତ୍ରୀମାନେ ପ୍ରାକ୍ଟିକାଲ୍ ନୁହନ୍ତି, ଏମାନଙ୍କ ପାଖରେ ଅଭିଜ୍ଞତା ନାହିଁ । ସରକାର ସୁନ୍ଦରଗଡରେ ବେଆଇନ ପାଉଁଶକୁ ବନ୍ଦ ନକଲେ ଏକ ବଡ ଆନ୍ଦୋଳନ ହେବ ।
ଏହା ବି ପଢ଼ନ୍ତୁ: ନିଶା କବଳରେ ଓଡ଼ିଶା, ରାଜ୍ୟରେ ବଢ଼ୁଛି ମଦ ବିକ୍ରି
ସରକାରୀ ତଥ୍ୟ ଉପସ୍ଥାପନ ଭିତରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ପାଉଁଶ ଗଦାରୁ ପାଉଁଶ ଉଡିବା ଯୋଗୁଁ ଯାତାୟାତରେ ଅସୁବିଧା ହେଉଛି । ବାଇକରେ କୌଣସି ସ୍ଥାନକୁ ଯିବା ମଧ୍ୟ ଭାରି ମୁସ୍କିଲ । ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଲୋକେ । ଚାଷ ଜମି ବି ସମ୍ପୂର୍ଣ୍ଣ ନଷ୍ଟ । ନଦୀ ପାଣିରେ ପାଉଁଶ ପଡି ବିଷରେ ପରିଣତ ହେଲାଣି । ଜଙ୍ଗଲ ବି ନଷ୍ଟ ହେବାକୁ ବସିଲାଣି ।
ଏତେ ପରେ ଏଠି ପ୍ରଶ୍ନ ଉଠୁଛି ଉପବାଚସ୍ପତି ଏବଂ ବିଧାୟକଙ୍କ ବାରମ୍ବାର ଅଭିଯୋଗ ପରେ ବି ମନ୍ତ୍ରୀ କି ବିଭାଗ ପାଖରେ ଖବର ନାହିଁ କାହିଁକି? କାର୍ଯ୍ୟାନୁଷ୍ଠାନ ବଦଳରେ ସତ ଲୁଚାଇବାକୁ କାହିଁକି କରାଯାଉଛି ଅପଚେଷ୍ଟା? ମାଫିଆଙ୍କୁ ଧରିବା ବଦଳରେ କାହିଁକି ଚୁପ୍ ରାଜ୍ୟ ସରକାର?
Follow Us