ଭିଆଇପି ସୁରକ୍ଷା ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ, ବିରୋଧୀ ଦଳ ନେତା ନବୀନଙ୍କୁ ୱାଇ ପ୍ଲସ । କୌଣସି ଅଫିସରଙ୍କୁ ମିଳିନି ଜେଡ ପ୍ଲସ, ୱାଇ-ପ୍ଲସ ସୁରକ୍ଷା ।

7777777

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜେଡ ପ୍ଲସ ସୁରକ୍ଷା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳ ରଘୁବର ଦାସଙ୍କୁ ମଧ୍ୟ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗତ କିଛି ଦିନ ତଳେ ନବୀନଙ୍କ ଠାରୁ ଜେଡ ପ୍ଲସ ସୁରକ୍ଷା ହଟାଇ ନିଆଯାଇଥିଲା । ଏହି ୩ ଜଣଙ୍କ ବ୍ୟତୀତ କୌଣସି ଅଫିସରଙ୍କୁ ଜେଡ ପ୍ଲସ ଓ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ରାଜ୍ୟରେ କେଉଁ କେଉଁ ମାମଲାର ତଦନ୍ତ ଏଫବିଆଇ, ସିବିଆଇ ଓ ଇଡି ଭଳି ସଂସ୍ଥା କରୁଛନ୍ତି ସେ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିବା ନେଇ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe