କନକ ବ୍ୟୁରୋ: ନୂଆବର୍ଷରେ ଆଇଏଏସ ଅଦଳବଦଳକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ଜୁଲାଇ ୧୮ ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆ । କିନ୍ତୁ ଅଚାନକ ତାଙ୍କର ଆଜି ବଦଳି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ କାଢି ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ହଠାତ କାହିଁକି ତାଙ୍କୁ ସିଏମଓରୁ ବଦଳି କରାଗଲା ? ଏହାପଛର କାରଣ କ 'ଣ ? ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସିଏମଓରେ ନରହିବାକୁ ନିଜ ଆଡୁ ପ୍ରସ୍ତାବ ରଖିଥିଲେ କି ଅରିନ୍ଦମ? ନା ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଉପରେ ଭରସା କରିପାରିଲେନି?
- କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ?
- କାହା ଉପରେ ଭରସା କରିବେ ମୋହନ ମାଝି?
ଆଜି ପ୍ରଶାସନିକ ସ୍ତରରେ ଛୋଟ ଅଦଳବଦଳ ହୋଇଛି । ହେଲେ ମୋହନ ମାଝି କାହାକୁ ବ୍ୟକ୍ତିଗତ ସଚିବ କରିବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଲବି ଆରମ୍ଭ ହେଲାଣି । ଆଗକୁ ରାଜ୍ୟରେ ଦୁଇ ଦୁଇଟି ମେଗା ଇଭେଣ୍ଟ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ସହ ହେବ ଉତ୍କର୍ଷ ଓଡିଶା । ତେଣୁ ତା ପୂର୍ବରୁ ମୋହନ ମାଝି ବ୍ୟକ୍ତିଗତ ସଚିବ ନିଯୁକ୍ତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି କୃଷି ନିର୍ଦ୍ଦେଶ ପ୍ରେମଚନ୍ଦ ଚୌଧୁରୀଙ୍କୁ ହସ୍ତତନ୍ତ୍ର ଓ ବୟନଶିଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/02/VOHU1ucjjOTjiPBfc4dg.jpg)