କନକ ବ୍ୟୁରୋ : କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ପ୍ରତାପନଗରୀ, ବାଲିକୁଦା, ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଖାନନଗର ପୂଜା ମଣ୍ଡପରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ପୂଜା ମଣ୍ତପ ବୁଲା ମଧ୍ୟରେ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । କଟକର ଚୌଧୁରୀ ବଜାର ପୂଜା ମଣ୍ତପ ସାମ୍ନାରେ ଅଧଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଫସିଥିବା ନେଇ ସୂଚନା ମିଳିଛି । ସାଧାରଣ ଲୋକଙ୍କ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । ତେବେ ପୋଲିସ ପକ୍ଷରୁ ସବୁପ୍ରକାର ଉଦ୍ୟମ ଜାରି ରହିଛି । କିଭଳି ଭାବେ ଏହି ଭିଡ଼କୁ ନିୟନ୍ତ୍ରଣ କରିବେ, ସେନେଇ ଡିସିପି ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।
କଟକରେ ପୂଜା ମଣ୍ଡପ ବୁଲିବା ପରେ ଭୁବନେଶ୍ୱର ଫେରି ଆସିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ଣରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/RpAxr8MOjOyULsK9sZMO.jpg)