ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ଗୋଟିଏ ଦିନ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରା

Advertisment

କଟକ ଐତିହାସିକ ବାଲିଯାତ୍ରାର ଅବଧିକୁ ଦିନକ ପାଇଁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କଟକ ଐତିହାସିକ ବାଲିଯାତ୍ରାର ଅବଧିକୁ ଦିନକ ପାଇଁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Cuttack's historic BaliYatra

କନକ ବ୍ୟୁରୋ : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । କଟକ ଐତିହାସିକ ବାଲିଯାତ୍ରାର ଅବଧିକୁ ଦିନକ ପାଇଁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ବାଲିଯାତ୍ରାରେ ଦୈନିକ ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କ ଯାତ୍ରା ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରାଯାଇଛି । ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍‌ଯାପନ ହେବ । ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ ରେ ସରିବ ବାଲିଯାତ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe