କନକ ବ୍ୟୁରୋ : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । କଟକ ଐତିହାସିକ ବାଲିଯାତ୍ରାର ଅବଧିକୁ ଦିନକ ପାଇଁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ବାଲିଯାତ୍ରାରେ ଦୈନିକ ଲୋକ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କ ଯାତ୍ରା ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରାଯାଇଛି । ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍ଯାପନ ହେବ । ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ ରେ ସରିବ ବାଲିଯାତ୍ରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/19/YqkRRgfYpAVP7v4agfpu.jpg)