କଟକ ରାସ୍ତାକଡ଼ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ରେଡ୍ ; ଖାଦ୍ୟର ମାନ ଖରାପ ଥିବାରୁ ବିଭିନ୍ନ ଦୋକାନୀଙ୍କ ଉପରେ ଜରିମାନା ।

Advertisment

କଟକ ରାଣୀହାଟ ଛକରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ। ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଫୁଡ ସେଫଟି ଅଧିକାରୀ ରାଣୀହାଟ ଏବଂ ଯୋବ୍ରା ନିକଟ ରାସ୍ତାକଡ ଜଳଖିଆ ଦୋକାନ, ଚାଟ୍, ମୋମୋ,ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛି।

food stall

କନକ ବ୍ୟୁରୋ: କଟକ ରାଣୀହାଟ ଛକରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ। ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଫୁଡ ସେଫଟି ଅଧିକାରୀ ରାଣୀହାଟ ଏବଂ ଯୋବ୍ରା ନିକଟ ରାସ୍ତାକଡ ଜଳଖିଆ ଦୋକାନ, ଚାଟ୍, ମୋମୋ,ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛି। 

ଗଣେଶ ପୂଜା ସହ କଟକରେ ପାର୍ବଣ ଆରମ୍ଭ ହେଉଥିବାରୁ ଅପମିଶ୍ରିତ ଖାଦ୍ୟ ବିକ୍ରୀକୁ ରୋକିବାକୁ ବିଭାଗ ଟିମ୍ ତତ୍ପର ହୋଇ ଏହି ଯାଞ୍ଚ କରିଛି। ଯାଞ୍ଚ ସମୟରେ କିଛି ଷ୍ଟଲରେ ଖାଦ୍ୟର ମାନ ଖରାପ ଥିବା ଯୋଗୁଁ ସମ୍ରୁକ୍ତ ଦୋକାନୀକୁ ଫାଇନ୍ କରାଯାଇଛି। ଆଗକୁ ନିୟମିତ ଭାବେ ରାସ୍ତାକଡ ଷ୍ଟଲ ଏବଂ ସ୍କାନନରେ ଥିବା ବଡ ବଡ ରେଷ୍ଟୁରାଂଟରେ ଯାଞ୍ଚ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ଅନ୍ୟପଟେ ଯାଞ୍ଚ ବେଳେ ରାସ୍ତାକଡ ମକ୍କା ଦୋକାନୀଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ଖାଦ୍ୟର ବିଲ ଏବଂ ଫୁଡ୍ ଲାଇସେନ୍ସ ମାଗିବା ସହ ୬ ମାସର ମକ୍କା ହୋଇଥିବା କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମକ୍କା ଦୋକାନୀ। ବଡ ବଡ ରେଷ୍ଟୁରାଣ୍ଟକୁ ଛାଡି ଛୋଟ ଦୋକାନୀଙ୍କୁ ଅଧିକ ଯାଞ୍ଚ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe