କନକ ବ୍ୟୁରୋ;  ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।  ମନ୍ଦସୌର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପରେ ବଡ ବିପଦ ଟଳିଯାଇଛି ।  ଏଠାରେ ଆୟୋଜିତ  ଏକ କାର୍ଯ୍ୟକ୍ରମ  ଗରମ ବାୟୁ ବେଲୁନରେ ଯାଉଥିବା ସମୟରେ ହଠାତ ସେଥିରେ  ନିଆଁ ଲାଗିଗଲା । ତେବେ ସମୟ ଥାଉ ଥାଉ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷା କରିଥିଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ।  

Advertisment

ହଠାତ୍ ବେଲୁନର ଉପର ଅଂଶରେ ନିଆଁ ଲାଗିଗଲା । ସ୍ୱତନ୍ତ୍ର ଭିଡିଓରେ ନିଆଁ ଏବଂ ଧୂଆଁ ସ୍ପଷ୍ଟ ଭାବରେ ଦେଖାଯାଉଛି।ଘଟଣାରେ ମୁଖ୍ୟମନ୍ତ୍ରୀ ଯାଦବଙ୍କ ସମେତ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉଛି ।