ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ ; କହିଲେ, ଚାଷୀଙ୍କୁ ହଇରାଣ କଲେ ଜେଲ ଯିବ

ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ଚାଷୀଙ୍କ ସ୍ୱାର୍ଥରେ ବାଧାଦେଲେ କ୍ଷମା ନାହିଁ, ପଠାଯିବ ଜେଲ । ବନ୍ଦ ହେବ କଟନୀ ଛଟନି  । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୋହନ ମାଝୀ  ।

58CM

କନକ ବ୍ୟୁରୋ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଦୁର୍ନୀତିଖୋର ଅଧିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି , ଚାଷୀଙ୍କ ସ୍ୱାର୍ଥକୁ ବାଧା ହେଲେ କ୍ଷମା ନାହିଁ । ପୁରା ଜେଲ ଯିବାକୁ ପ୍ରସ୍ତୁତ ରହିବାକୁ ପଡିବ । 

 ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସରକାର କଥା ଦେଇ କଥା ରଖିନଥିଲେ । ଯେଉଁଥିପାଇଁ ଚାଷୀ ଆତ୍ମହତ୍ୟା ବଢିଥିଲା । ନୂତନ ସରକାର ଆସିବା ପରେ ଏହା ଉପରେ ଧ୍ୟାନ ଦିଆଯାଇଛି । ଗତ ସରକାର ୧୦୦ ଟଙ୍କା ବୋନସ୍ ଦେବା କହି ଠକିଥିଲେ । ଗତ ସରକାର ଚାଷୀଙ୍କୁ ଭଲ ପାଇଲେନି । ନୂଆ ସରକାର ଆସୁ ଆସୁ ଏହାର ବ୍ୟବସ୍ଥା କଲେ। କ୍ୟୁଣ୍ଟାଲ ପିଛା ୮ ଶହ  ଟଙ୍କା ଦେବାକୁ ଧାର୍ୟ୍ୟ କରାଗଲା। ୫୦ କ୍ୟୁଣ୍ଟାଲରେ ୪୦ ହଜାର ଟଙ୍କା ବୋନସ ପାଇବେ ଚାଷୀ। ଯେଉଁ ମାନେ କାମକୁ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଧାନ କିଣା କିଭଳି ସଠିକ୍ ଭାବେ ହେବ ଓ ସେମାନେ ତାଙ୍କ ଧାର୍ଯ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । 

ସେହିପରି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର କଟନୀଛଟନୀ ବନ୍ଦ ହେବ। ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ବିଜେପି ସରକାର ଚାଷୀଙ୍କୁ ୮ ଶହ  ଟଙ୍କା ବୋନସ ଦେବେ । ୨୩ ଶହ  ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହାସହ ୮୦୦ ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକା ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହାଜର ଚାଷୀ ଏକାଠି ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe