କନକ ବ୍ୟୁରୋ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଦୁର୍ନୀତିଖୋର ଅଧିକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି , ଚାଷୀଙ୍କ ସ୍ୱାର୍ଥକୁ ବାଧା ହେଲେ କ୍ଷମା ନାହିଁ । ପୁରା ଜେଲ ଯିବାକୁ ପ୍ରସ୍ତୁତ ରହିବାକୁ ପଡିବ ।
ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସରକାର କଥା ଦେଇ କଥା ରଖିନଥିଲେ । ଯେଉଁଥିପାଇଁ ଚାଷୀ ଆତ୍ମହତ୍ୟା ବଢିଥିଲା । ନୂତନ ସରକାର ଆସିବା ପରେ ଏହା ଉପରେ ଧ୍ୟାନ ଦିଆଯାଇଛି । ଗତ ସରକାର ୧୦୦ ଟଙ୍କା ବୋନସ୍ ଦେବା କହି ଠକିଥିଲେ । ଗତ ସରକାର ଚାଷୀଙ୍କୁ ଭଲ ପାଇଲେନି । ନୂଆ ସରକାର ଆସୁ ଆସୁ ଏହାର ବ୍ୟବସ୍ଥା କଲେ। କ୍ୟୁଣ୍ଟାଲ ପିଛା ୮ ଶହ ଟଙ୍କା ଦେବାକୁ ଧାର୍ୟ୍ୟ କରାଗଲା। ୫୦ କ୍ୟୁଣ୍ଟାଲରେ ୪୦ ହଜାର ଟଙ୍କା ବୋନସ ପାଇବେ ଚାଷୀ। ଯେଉଁ ମାନେ କାମକୁ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଧାନ କିଣା କିଭଳି ସଠିକ୍ ଭାବେ ହେବ ଓ ସେମାନେ ତାଙ୍କ ଧାର୍ଯ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।
ସେହିପରି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର କଟନୀଛଟନୀ ବନ୍ଦ ହେବ। ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ବିଜେପି ସରକାର ଚାଷୀଙ୍କୁ ୮ ଶହ ଟଙ୍କା ବୋନସ ଦେବେ । ୨୩ ଶହ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହାସହ ୮୦୦ ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକା ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହାଜର ଚାଷୀ ଏକାଠି ହେବେ ।