କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ଏବେଠୁ ସରଗରମ ହେଲାଣି ନୂଆପଡା ରାଜନୀତି । ଅଞ୍ଚଳକୁ କିଏ ଦଖଲ କରିବ, ଏହାକୁ ନେଇ ସବୁ ଦଳ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା। ଏହାରି ଭିତରେ କାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ । ସେପଟେ ପଦଯାତ୍ରା କରିବାକୁ ଯୋଜନା କରିଛି କଂଗ୍ରେସ । ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଥିବା ନୂଆପଡ଼ାକୁ କାଲି ଯିବେ ମୁଖ୍ୟମନ୍ତ୍ରୀ । ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନୂଆପଡାବାସୀଙ୍କୁ ଭେଟି ଦେବେ ଏକାଧିକ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଉପନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଭିତରେ ଆସନ୍ତାକାଲି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଆଶାୟୀ ପ୍ରାର୍ଥୀ। ବିଜେପି ନେତା ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୧୯ ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ୧୬ ହଜାର ୫ ଶହ ଭୋଟ୍ ପାଇଥିଲେ ଯଦୁମଣି। ଗତ ନିର୍ବାଚନରେ ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ ଦେଇଥିଲା ବିଜେପି। ହେଲେ ବିଜେପିର ହାୱା ସତ୍ତ୍ବେ ଅଭିନନ୍ଦନ ୩ୟ ସ୍ଥାନରେ ରହିଥିଲେ। ଆସନ୍ତାକାଲି କଂଗ୍ରେସ ମଧ୍ୟ ନୂଆପଡ଼ାରେ ପଦଯାତ୍ରା କରିବାକୁ ଘୋଷଣା କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ବାତିଲ କରିବାକୁ ଚାପ ପଡୁଥିବା ଅଭିଯୋଗ କରିଛନ୍ତି ପିସିସି ସିଭାପତି। ତେବେ ନୂଆପଡ଼ା ଉପନିର୍ବାଚନ ତିନି ଦଳ ପାଇଁ ଏସିଡ୍ ଟେଷ୍ଟ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ। ବିଜେଡିରୁ ସ୍ବର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ, କଂଗ୍ରେସରୁ ଘାଷିରାମ ମାଝୀଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ବିଜେପିରୁ ଯଦୁମଣି ନା ଅଭିନନ୍ଦନ, କାହାକୁ ମିଳିବ ଟିକେଟ? ତା ଉପରେ ରହିଛି ସମସ୍ତଙ୍କ ନଜର ।
ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଇପାରନ୍ତି ବଡ଼ ଭେଟି , ଶକ୍ତି ପ୍ରଦର୍ଶନ କରିବେ ବିଜେପି ନେତା
ଏବେଠୁ ସରଗରମ ହେଲାଣି ନୂଆପଡା ରାଜନୀତି । ଅଞ୍ଚଳକୁ କିଏ ଦଖଲ କରିବ, ଏହାକୁ ନେଇ ସବୁ ଦଳ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା। ଏହାରି ଭିତରେ କାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ।
/kanak/media/media_files/2025/10/05/nuapada-2025-10-05-19-28-05.jpg)