କନକ ବ୍ୟୁରୋ : ବାଣପୁର ମାଟିରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୩୦ ଟି ଜିଲ୍ଲାର ୧୧୮ ସ୍କୁଲରେ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ ହେବ ୧୨ ହଜାର କୋଟି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ବିଗତ ସରକାରର ୫-ଟି ସ୍କୁଲକୁ ଟାର୍ଗେଟ କରିଥିଲେ । ପୂର୍ବ ସରକାର ଅମଳରେ ୫-ଟି ନାଁରେ ଚୁନ ମାରି ଟଙ୍କା ସ୍ୱହା କରାଯାଇଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭିଭିପ୍ରସ୍ତର ସ୍ଥାପନ କରିବା ପୂର୍ବରୁ ଯୋଜନାର ଉଦ୍ଦେଶ୍ୟ ଏବଂ ଦୃଷ୍ଟିକୋଣକୁ ନେଇ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ କରାଯାଇଥିଲା ।

Advertisment