କନକ ବ୍ୟୁରୋ: ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉଥାଉ କାହିଁକି ଆଉଟ୍ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ୍ ଆଦି ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ଉପବିଭାଗ ଅଛି । କିଛି ବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ କାମ ତୁଲାଉଥିଲେ । ଏବେ କାହିଁକି ଆଉଟ୍ସୋର୍ସିଂ ମାଧ୍ୟମର ଅଭ୍ୟୁଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ୧୦ ବର୍ଷ ଭିତରେ କେଉଁ ବିଭାଗକୁ, କେଉଁ ବେସରକାରୀ ସଂସ୍ଥାଗୁଡ଼ିକୁ ଆଉଟ୍ସୋର୍ସିଂ ମାଧ୍ୟମରେ କେଉଁ ପ୍ରକାର କାମ ଦିଆଯାଇଛି, ତା’ର ତଥ୍ୟ ସଂଗ୍ରହ କରାଯାଇ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ୧୦ ବର୍ଷର ପୁରୁଣା ଫାଇଲ୍ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଛୋଟ ଛୋଟ କାମ, ପ୍ରକଳ୍ପ ସର୍ଭେ, ଅନୁସନ୍ଧାନ, ଡିଜାଇନ୍, ଏଷ୍ଟିମେଟ୍ ଓ ଡିପିଆର ପ୍ରସ୍ତୁତ ପାଇଁ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯିବା ଅସୁସ୍ଥ ପରମ୍ପରା ।
/kanak/media/media_files/2025/06/24/mohan-2025-06-24-21-55-30.png)