କନକ ବ୍ୟୁରୋ: ପୁଣି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣାଣିର ୧୪ତମ ପାଳିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଆତ୍ମହତ୍ୟା ଧମକ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ତାଗିଦ୍ କରିବା ସହ ଆଗକୁ ଏଭଳି ନଭାବିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।
ଶହଶହ ଲୋକେ ନିଜ ନିଜ ଅଭିଯୋଗ ଫର୍ଦ୍ଦ ଧରି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଏହାରି ଭିତରେ ଏକ ଦୃଶ୍ୟ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ନିଜ ଅଭିଯୋଗ ଶୁଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଜଗବନ୍ଧୁ । ୪୦ ବର୍ଷ ଧରି ପୂର୍ତ୍ତ ବିଭାଗରେ ଚାକିରି କରିବା ସତ୍ତ୍ବେ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲା ବେଳେ ଆତ୍ମହତ୍ୟା ଧମକ ଦେଇଥିଲେ ଜଗବନ୍ଧୁ । ଆଉ ତା’ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଗିଦ କରିଥିଲେ । ମୋହନ ଅଭିଯୋଗକାରୀ ଜଗବନ୍ଧୁଙ୍କର ସମସ୍ୟାର ସମାଧାନ କରିବେ ବୋଲି ଆଶ୍ବାସନା ଦେଇଛନ୍ତି ।
କେବଳ ଜଗବନ୍ଧୁ ନୁହେଁ, ସାଧାରଣ ମଣିଷଠୁ ଆରମ୍ଭ କରି ଦିବ୍ୟାଙ୍ଗ, ଦୃଷ୍ଟିବାଧିତ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜ ନିଜର ଅଭିଯୋଗ ରଖିଛନ୍ତି । ବିଶେଷ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅନ୍ତର୍ଗତ ଅନେକ ଅଭିଯୋଗକାରୀ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ବିଶେଷ କରି ଭିନ୍ନକ୍ଷମମାନଙ୍କୁ କିଭଳି ଅଧିକ ସୁବିଧା ସୁଯୋଗ, ସାର୍ଟିଫିକେଟର ବ୍ୟବସ୍ଥା କରାଯିବା ନେଇ ଧ୍ୟାନ ଦିଆଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣିରେ ୮ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/11/22-suicide-2025-08-11-19-45-40.jpg)