କନକ ବ୍ୟୁରୋ: ପ୍ରାକ୍ ବଜେଟ ପରାମର୍ଶ ବୈଠକରେ କେନ୍ଦ୍ର ସରକାରଙ୍କ ଆଗରେ ବିଭିନ୍ନ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଆବଣ୍ଟନ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମର ଠାରେ ଆୟୋଜିତ ବୈଠକରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ଅଧିକ ଆବଣ୍ଟନ ପାଇଁ ଦାବି କରିଛନ୍ତି । ସେହିପରି ଗୋପାଳପୁରରେ ଲୁଣ ଖଳା ପାଇଁ ପ୍ରସ୍ତାବ, ଝାରସୁଗୁଡ଼ା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶାରେ ବିନେଶ ପ୍ରୋତ୍ସାହନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା । ଏଥିସହ ପର୍ୟ୍ୟଟନର ବିକାଶ ପାଇଁ ୧୦,୦୦୦କୋଟିର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା । ଜଳଜୀବନ ମିଶନ ଅଧୀନରେ ପର୍ୟ୍ୟାପ୍ତ ବଜେଟ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଆସ୍ପିରେସନଲା ବ୍ଲକ ପ୍ରୋଗ୍ରାମରେ ପୂର୍ବରୁ ଅନୁମୋଦିତ ୨୯ଟି ବ୍ଲକ ଛଡ଼ା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୧ଟି ଅତିରିକ୍ତ ବ୍ଲକକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ନ୍ଦ୍ରକୁ ଦାବି ଜଣାଇଲେ ମୋହନ  

Advertisment
  • ପ୍ରାକ ବଜେଟ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦାବି
  • ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଦିଅନ୍ତୁ ଅଧିକ ଆବଣ୍ଟନ
  • ଗଞ୍ଜାମ ଗୋପାଳପୁରରେ ଲୁଣ ଖଳା ପାଇଁ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ
  • ଝାରସୁଗୁଡ଼ା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ପ୍ରସ୍ତାବ
  • ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଦାବି
  • ଜଳଜୀବନ ମିଶନ ଅଧୀନରେ ପର୍ଯ୍ୟାପ୍ତ ବଜେଟ ପାଇଁ ଅନୁରୋଧ