କନକବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ବଡ଼ କମ୍ପାନୀଙ୍କ ସହ ହେବ ଏମଓୟୁ । ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୋହନ ମାଝି । ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ । କେତେକ କମ୍ପାନୀ ସହ ଏମଓୟୁ ସ୍ବାକ୍ଷର କରିବାର ରହିଛି କାର୍ଯ୍ୟକ୍ରମ । ଆଇଓସିଏଲ, ପାଟ୍ରୋନେଟ୍ ଏଲଏନଜି ଏବଂ ଇଣ୍ଡିଆନ ଷ୍ଟ୍ରାଡେଜିକ୍ ପେଟ୍ରୋକେମିକାଲ ରିଜର୍ଭସ ଆଦି କମ୍ପାନୀ ସହ ଚୁକ୍ତିପତ୍ର ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ଏମଓୟୁ ସ୍ବାକ୍ଷର ହେବା ନେଇ ଶିଳ୍ପପତିଙ୍କ ସହ କରିବେ ଆଲୋଚନା
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ବଡ଼ କମ୍ପାନୀଙ୍କ ସହ ହେବ ଏମଓୟୁ । ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୋହନ ମାଝି
/kanak/media/media_files/2025/04/07/N8fhYuSh3jm3fBB2Mfq8.jpg)