ମହାକୁମ୍ଭ ଦଳାଚକଟା ଘଟଣା ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମହାକୁମ୍ଭ ମେଳାରେ ଦଳାଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଗଠନ ହେଲା ତିନି ଜଣିଆ ନ୍ୟାୟିକ ତଦନ୍ତ କମିଟି ।  ଦଳାଚକଟାରେ ଯାଇଛି ୩୦ ଜଣଙ୍କ ଜୀବନ । ଆହତ ହୋଇଛନ୍ତି ୬୦ରୁ ଅଧିକ ଶ୍ରଦ୍ଧାଳୁ ।  

stampede-----

stampede----- Photograph: (kanaknews)

କନକ ବ୍ୟୁରୋ: ମହାକୁମ୍ଭରେ ଦଳଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତିନି ଜଣିଆ କମିଟି ଦଳାଚକଟାର କାରଣ ଖୋଜିବେ । ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ୬୦ ଲୋକ ଆହତ ହୋଇଛନ୍ତି ।  

ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏରୁ ଦୁଇଟା ମଧ୍ୟରେ ଏହି ଦଳାଚକଟା ହୋଇଥିଲା ।  ହଠାତ୍ ବ୍ୟାରିକେଡ ଭାଙ୍ଗି ଭିଡ ଉପରେ ଭିଡ ଚଢିଯିବାରୁ ଏଭଳି ଦଳଚକଟା ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦଳାଚକଟା ପରେ ସାହିସ୍ନାନ ନ କରିବାକୁ ପ୍ରଶାସନ ଘୋଷଣା କରିଥିଲା । ୧୩ଟି ଆଖଡା ସହ ଆଲୋଚନା ହୋଇଥିଲା। ମଧ୍ୟାହ୍ନ ପରେ ସାହିସ୍ନାନ ହୋଇଥିଲା । ୩୦ ମୃତକଙ୍କ ମଧ୍ୟରେ ୨୫ ଜଣଙ୍କୁ ଚିହ୍ନଟ ହୋଇଛି । ଅନେକ ଆହତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ବେଳେ ଯୋଗୀ କାନ୍ଦି ପକାଇଥିଲେ । ଏଥିସହିତ ସେ ଗଭୀର ଭାବେ ଦୁଖିତ ଥିବା କହିଛନ୍ତି । ମହାକୁମ୍ଭରେ ସେ ଗୁଜବରେ ଧ୍ୟାନ ନଦେବାକୁ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି । 

ଦଳାଚକଟା ଘଟଣା : କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ଦଳାଚକଟା ଘଟଣାରେ ଯୋଗୀ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ
କେଉଁ କାରଣ ପାଇଁ ଘଟିଲା ଅଘଟଣ ହେବ ତଦନ୍ତ
ଭିଡ଼ ନିୟନ୍ତ୍ରଣରେ କାହିଁକି ତ୍ରୁଟି ହେଲା ହେବ ତଦନ୍ତ
ଦଳଚକଟଣା ଘଟଣା ପରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା
ଘଟଣାର ତଦନ୍ତ ପାଇଁ ଗଠନ ହେଲା ନ୍ୟାୟିକ ତଦନ୍ତ କମିଟି
୩ ଜଣିଆ କମିଟି କରିବେ ଦଳଚକଟା ଘଟଣାର ତଦନ୍ତ
କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଦେଲେ ପରାମର୍ଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe