କନକ ବ୍ୟୁରୋ : ସାରା ଦେଶରେ ଏବେ ସମ୍ବେଦନଶୀଳ ପରିସ୍ଥିତି । ଯୁଦ୍ଧ ବିରାମ ଉଲଂଘନ କରି ଭାରତ ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ। ଏହାକୁ ପ୍ରତିହତ କରୁଛି ଭାରତ । ଜବାବରେ ପାକିସ୍ତାନ ଆଡକୁ ଡ୍ରୋନ ମାଡ କରୁଛି ଭାରତ । ଏଭଳି ସ୍ଥିତିରେ ବଢିଛି ଓଡିଶା ସରକରଙ୍କ ଚିନ୍ତା । କାଶ୍ମୀର ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଥିପାଇଁ ଖୋଲାଯାଇଛି ରେସିଡେନ୍ସିଆଲ କମିଶନ କାର୍ଯ୍ୟାଳୟର ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ସେମାନଙ୍କୁ ଓଡିଶାକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି ।
ଏବେ ସାରା ଦେଶରେ ଯେଭଳି ସ୍ଥିତି ଉପୁଜିଛି ସେଥିପାଇଁ ପ୍ରତି ବିଭାଗ ସଜାଗ ରହିଛନ୍ତି । ଗଣମାଧ୍ୟମ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଖାଦ୍ୟ ଯୋଗାଣ ବିଭାଗ ସବୁ ପାଇଁ ଜାରି ହୋଇଛି ଆଡଭାଇଜରି । ସମ୍ବେଦନଶୀଳ ସ୍ଥିତକୁ ସାମ୍ନା କରିବାକୁ ସମସ୍ତଙ୍କୁ ଆଲର୍ଟ କରାଯାଇଛି ।