ଆଜି ବି ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ; ନେବେ ମା’ଙ୍କ ଆଶୀର୍ବାଦ, ଅପରାହ୍ନରେ ଯିବେ କେନ୍ଦୁଝର

ଆଜି ମଧ୍ୟ ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । କଟକର ବିଭିନ୍ନ ପୂଜାମଣ୍ଡପ ବୁଲି ନେବେ ମାଆଙ୍କ ଆଶୀର୍ବାଦ  । ଅପରାହ୍ନରେ କେନ୍ଦୁଝର ଗସ୍ତରେ ଯାଇ ମହାନବମୀରେ ମାଆଙ୍କୁ କରିବେ ପୂଜାର୍ଚ୍ଚନା ।

1cm

କନକ ବ୍ୟୁରୋ: କଟକରେ ଆଜି ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ନବମୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବେ । ଲୋକଙ୍କ ସହ ମାଆଙ୍କ ଦର୍ଶନ କରି ଓଡ଼ିଶାର ସମୃଦ୍ଧି କାମନା କରିବେ । କଟକର ପୂଜା କମିଟି ସହ ମଧ୍ୟ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିପାରନ୍ତି । କଟକରେ ପୂଜା ମଣ୍ଡପ ବୁଲିବା ପରେ ଭୁବନେଶ୍ୱର ଫେରି ଆସିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ନରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ମା’ଙ୍କ ମହାନବମୀ ପୂଜାରେ ସାମିଲ ହୋଇ କରିବେ ପୂଜାର୍ଚ୍ଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe