କନକ ବ୍ୟୁରୋ: କଟକରେ ଆଜି ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ନବମୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବେ । ଲୋକଙ୍କ ସହ ମାଆଙ୍କ ଦର୍ଶନ କରି ଓଡ଼ିଶାର ସମୃଦ୍ଧି କାମନା କରିବେ । କଟକର ପୂଜା କମିଟି ସହ ମଧ୍ୟ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିପାରନ୍ତି । କଟକରେ ପୂଜା ମଣ୍ଡପ ବୁଲିବା ପରେ ଭୁବନେଶ୍ୱର ଫେରି ଆସିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ନରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ମା’ଙ୍କ ମହାନବମୀ ପୂଜାରେ ସାମିଲ ହୋଇ କରିବେ ପୂଜାର୍ଚ୍ଚନା ।