ବର୍ଷା ପାଣିରେ ବୁଡିଛି ପାଚିଲା ଧାନ ।  କ୍ଷେତ ବୁଲି ଦେଖିବା ପରେ ଗୋଟିଏ ଦିନ ୟୟକ୍ଷତି ଆବେଦନ ଅବଧି ବଢାଇଲେ ମୁଖ୍ୟମନ୍ତ୍ରୀ ।

ବର୍ଷା ପାଣିରେ ବୁଡିଛି ପାଚିଲା ଧାନ ।  କ୍ଷେତ ବୁଲି ଦେଖିବା ପରେ ଗୋଟିଏ ଦିନ ୟୟକ୍ଷତି ଆବେଦନ ଅବଧି ବଢାଇଲେ ମୁଖ୍ୟମନ୍ତ୍ରୀ । ଆଜି ସୁଦ୍ଧା କରିପାରିବେ ପଞ୍ଜିକରଣ।  କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୁନଃ ଆକଳନ ପାଇଁ ନିର୍ଦ୍ଦେଶ। 

02a

କନକ ବ୍ୟୁରୋ: ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର । ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନର ଅବଧିକୁ ବୃଦ୍ଧି କରିଛନ୍ତି ସରକାର । କ୍ଷତି ଆକଳନ ଦିନ ବୃଦ୍ଧି ପାଇଁ ବି ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଗ୍ରାଉଣ୍ଡରେ ଫସଲହାନୀର ସ୍ଥିତି ବୁଲି ଦେଖିଥିଲେ। ଏହି ସମୟରେ ଆବେଦନ ଅବଧିକୁ ଆଉ ଦିନେ ବଢ଼ାଇବାକୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe