କନକ ବ୍ୟୁରୋ: କିଛି ସମୟ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଗଣମାଧ୍ୟମକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ନୂଆ ଜିଏସ୍‌ଟି ସ୍ଲାବ ସଂପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇପାରନ୍ତି । ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିପାରନ୍ତି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେଇଥିଲେ । ଓଡ଼ିଶାର ତିନିଟି ସେମିକଣ୍ଡକ୍ଟର ଚିପ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ ଅଶ୍ୱିନୀ ବୈଷ୍ଣବ । ସମ୍ମିଳନୀରେ ଓଡ଼ିଶାର ଷ୍ଟଲ୍ ରହିଛି । ଏହାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ନୂଆଦିଲ୍ଲୀରେ ଯଶୋଭୂମିରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ କନଫରେନ୍ସରେ ଭାରତର ବିଶ୍ୱବ୍ୟାପୀ ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍‌କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ତିନି ଦିନର କାର୍ଯ୍ୟକ୍ରମରେ ୪୮ଟି ଦେଶରୁ ୨,୫୦୦ରୁ ଅଧିକ ପ୍ରତିନିଧି, ୧୫୦ରୁ ଅଧିକ ସ୍ପିକର ଯୋଗଦେଇଥିଲେ । ମୋଦୀ କହିଥିଲେ, ବିଶ୍ୱ ଭାରତକୁ ବିଶ୍ୱାସ କରେ ଏବଂ ସେମିକଣ୍ଡକ୍ଟର୍‌ର ଭବିଷ୍ୟତ ନିର୍ମାଣ ପାଇଁ ପ୍ରସ୍ତୁତ । ଏହି କନ୍‌ଫରେନ୍ସରେ ସେମିକଣ୍ଡକ୍ଟର୍ ଫ୍ୟାବ୍, ଆଡଭାନ୍ସଡ୍ ପ୍ୟାକେଜିଂ, ଏଆଇ, ଆର୍ ଏଣ୍ଡ୍ ଡି, ସ୍ମାର୍ଟ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ ନିବେଶ ସୁଯୋଗ ଉପରେ ଚର୍ଚ୍ଚା ହୋଇଛି । ଭାରତର ସେମିକଣ୍ଡକ୍ଟର୍ ବଜାର ୨୦୩୦ ସୁଦ୍ଧାରେ ୧୦୦-୧୧୦ ବିଲିୟନ୍ ଡଲାର୍‌ରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି । ଏହା ଭାରତକୁ ବିଶ୍ୱର ପରବର୍ତ୍ତୀ ସେମିକଣ୍ଡକ୍ଟର୍ ଶକ୍ତିକେନ୍ଦ୍ରରେ ପରିଣତ କରିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କୁ ପ୍ରଥମ ଭାରତରେ ନିର୍ମିତ ଚିପ୍ ପ୍ରଦାନ କରିଥିଲେ ।