କନକ ବ୍ୟୁରୋ : ସାରା ଦେଶରେ ଚାଲିଛି ବିଜେପିର ସଦସ୍ୟତା ଅଭିଯାନ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝରୀ ଯାଜପୁର ଜିଲ୍ଲାର ବଡ଼ଚଣା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି । ସଭାରେ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି କି, ରାଜ୍ୟରେ ୨୪ ବର୍ଷଧରି ଏକ ଦୁର୍ନୀତିଗ୍ରସ୍ଥ ସରକାର ଚାଲିଥିଲା । ଯାଜପୁରବାସୀ ଏହି ଦୁର୍ନୀତିଗ୍ରସ୍ଥ ସରକାରକୁ ବିଦା କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ନାମ ନ ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି କି, ଯାଜପୁରର ଜଣେ ନେତା ପ୍ରଚ୍ଛଦପଟ୍ଟରେ ଥାଇ ରାଜ୍ୟ ଚଳାଉଥିଲେ । ହେଲେ ରାଜ୍ୟ ଚଳାଇବା ପରିବର୍ତ୍ତେ କେବଳ ନିଜର ପତିଆରା ବୃଦ୍ଧି କରିବା କାମରେ ସେ ଲାଗିଥିଲେ ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି । ଯାଜପୁର ଜିଲ୍ଲାକୁ ମୁଖ୍ୟତ ତିନୋଟି ପରିବାର ବିକାଶର ଡେଙ୍ଗୁରା ପିଟି ବିନାଶ କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । 

Advertisment