ନାରୀ ସଶକ୍ତିକରଣ ସ୍ବପ୍ସ ଦେଖୁଛୁ ; ଉତ୍କର୍ଷ ଓଡିଶାରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସୁଭଦ୍ରା ପରେ ଶିଳ୍ପ ବିଭାଗରେ ମୋହନଙ୍କ ମହିଳା କାର୍ଡ । କହିଲେ, ନାରୀ ସଶକ୍ତିକରଣ ସ୍ବପ୍ନ ଦେଖୁଛୁ । ଆଗକୁ ମହିଳା ଉଦ୍ୟୋଗୀଙ୍କୁ ମିଳିବ ସ୍ବତନ୍ତ୍ର ପ୍ରୋତ୍ସାହନ । ଇପିକଲ ଖୋଲିବ ସେଲ, ତାଲିମ ଦେବା ଲାଗି ସମ୍ବଲପୁର ଆଇଆଇଏମ ସହ ବୁଝାମଣା ।

CM--

CM-- Photograph: (kanakNews)

କନକ ବ୍ୟୁରୋ: ମହିଳାଙ୍କୁ ଆଗରେ ରଖି ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ କରିବା ଦିଗରେ ଆଗକୁ ବଢୁଛନ୍ତି ସରକାର। ଉତ୍କର୍ଷ ଓଡ଼ିଶା ମଞ୍ଚରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜଧାନୀରେ ମହିଳା ସଶକ୍ତିକରଣର ନାରା ଗୁଞ୍ଜରିତ ହେଉଥିବା ବେଳେ ଗ୍ରାମାଞ୍ଚଳରେ ରାଜରାସ୍ତାରେ ବସିଛନ୍ତି ହଜାର ହଜାର ମିଶନ ଶକ୍ତି ମହିଳା। ଏସବୁ ଭିତରେ ପ୍ରଶ୍ନ ଉଠୁଛି କାହାକୁ ନେଇ ମହିଳା ସଶକ୍ତିକରଣ ପାଇଁ ସ୍ବପ୍ନ ଦେଖୁଛନ୍ତି ରାଜ୍ୟ ସରକାର। 

ମହିଳା ଉଦ୍ୟୋଗୀଙ୍କୁ ଆଗକୁ ନେବାକୁ ମୋହନ ସରକାରଙ୍କ ବ୍ଲୁ-ପ୍ରିଣ୍ଟ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମହିଳା ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହିଳାଙ୍କ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଶିଳ୍ପ ପାର୍କ ସହ ଇପିକଲରେ ସ୍ବତନ୍ତ୍ର ସେଲ ପ୍ରତିଷ୍ଠା ନେଇ ସବୁଜ ସଂକେତ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଉତ୍କର୍ଷ ଓଡ଼ିଶା ମଞ୍ଚରୁ ମହିଳାଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ମହିଳା ସଶକ୍ତିକରଣକୁ ବଳ ଦେବାକୁ ସୁଭଦ୍ରା ମୁଦ୍ରା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ପଦକ୍ଷେପ ନେଇଛନ୍ତି ସରକାର। ହେଲେ, ଗୋଟିଏ ପଟେ ମହିଳା ସଶକ୍ତିକରଣ ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଅନ୍ୟପଟେ ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ମିଶନ ଶକ୍ତି ମହିଳା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe