କନକ ବ୍ୟୁରୋ : ନବୀନଙ୍କ ୨୪ ବର୍ଷର ଶାସନ ବନାମ ମୋହନଙ୍କ ୨୪ ମିନିଟ୍ । ଦିନକ ପରେ ମୋହନ ସରକାର ଗୋଟିଏ ବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଏକାଧିକ ଉପଲବ୍ଧି ଗଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏତିକିବେଳେ ସେ ପୂର୍ବ ସରକାରକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ପୂର୍ବ ସରକାରରେ କିଭଳି ରାଜ୍ୟ ବାହାର ଠିକାଦାରଙ୍କୁ ପ୍ୟାକେଜ ଆକାରରେ ସରକାରୀ କାମ ଟେକି ଦିଆଯାଉଥିଲା ସେନେଇ ଅତି କଡ଼ା ଶବ୍ଦରେ ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଜାତୀୟ ଶିକ୍ଷାନୀତିକୁ ଲାଗୁ କରିବା ସହ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କହିଛନ୍ତି ମୋହନ ମାଝୀ । କାରଣ ନବୀନ ସରକାରରେ ହାଇସ୍କୁଲ ଗୁଡ଼ିକର ଫାଇବ-ଟି ରୂପାନ୍ତରଣ ତ୍ରୁଟିପୂର୍ଣ୍ଣ ଥିଲା। କେବଳ କାନ୍ଥରେ ଚୂନ ମାରି ଶିକ୍ଷାର ମାନ ବୃଦ୍ଧି ହୋଇପାରିବ ନାହିଁ ବୋଲି ସେ ସିଧା ସିଧା କହିଛନ୍ତି । କେବଳ ଗୋଟିଏ ବର୍ଷର ସଫଳତା ଗଣାଇ ନାହାନ୍ତି ବରଂ ଆଗକୁ ତାଙ୍କ ସରକାରଙ୍କ ଲକ୍ଷ୍ୟ ସଂପର୍କରେ ବି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୋହନ ସରକାରଙ୍କ ଲକ୍ଷ୍ୟ :
୨୦୨୬ ସୁଦ୍ଧା ରାଜ୍ୟର ୯୦% ଲୋକଙ୍କୁ ପାଇପ ପାଣି ଯୋଗାଣ
୨୮ ହଜାର ନିଯୁକ୍ତି ଦିଆଯାଇଥିବାବେଳେ ୪୦ ହଜାର ନିଯୁକ୍ତି ସୃଷ୍ଟି
୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇ ଦେବା
୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା
୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପହଞ୍ଚିବ ରାଜ୍ୟ
ରାଜ୍ୟର ପ୍ରଗତି ପଥରେ ଦୁର୍ନୀତି ଏକ ବଡ଼ ଅନ୍ତରାୟ । ତେଣୁ ଦୁର୍ନୀତି ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରୁଛନ୍ତି । ଯେତେ ବଡ଼ ଲୋକ ହେଲେ ବି ତାଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି । ଗତ ଗୋଟିଏ ବର୍ଷରେ ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀର ଆଖ୍ୟା ବିଜେପି ସରକାରଙ୍କ ସବୁଠାରୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ମୋହନ ଚରଣ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/10/wnC3Q5OjEicRhEqQUADh.jpg)