ଆଶା ଦିଦିଙ୍କୁ ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ଲୋକଙ୍କୁ କାନ୍ଧରେ ବୋହି କରିଥିଲେ ଉଦ୍ଧାର ।

ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଖୋଦ ନିଜ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀ ନେଇ ଯାଇଥିଲେ । ଏହାର ଚିତ୍ର ଭାଇରାଲ ହେବାପରେ ଏବେ ଶିବାନୀଙ୍କୁ ବାହା ବାହା ମିଳିବାରେ ଲାଗିଛି ।

ଅଦ୍ୟତନ ହୋଇଛି
mohan9644

କନକ ବ୍ୟୁରୋ: ବାତ୍ୟା ‘ଦାନା’ର ପ୍ରଭାବ ଭିତରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ କେନ୍ଦ୍ରାପଡ଼ା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ । ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଖୋଦ ନିଜ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀ ନେଇ ଯାଇଥିଲେ । ଏହାର ଚିତ୍ର ଭାଇରାଲ ହେବାପରେ ଏବେ ଶିବାନୀଙ୍କୁ ବାହା ବାହା ମିଳିବାରେ ଲାଗିଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିବାନୀଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କୁ ସାଧୁବାଦ ଦେଇଛନ୍ତି । ଫୋନରେ ଶିବାନୀଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ମୋହନ ମାଝୀ । ତାଙ୍କ ମହାନ୍ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ଘର ଓ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe