କନକ ବ୍ୟୁରୋ: ବାତ୍ୟା ‘ଦାନା’ର ପ୍ରଭାବ ଭିତରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ କେନ୍ଦ୍ରାପଡ଼ା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ । ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଖୋଦ ନିଜ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀ ନେଇ ଯାଇଥିଲେ । ଏହାର ଚିତ୍ର ଭାଇରାଲ ହେବାପରେ ଏବେ ଶିବାନୀଙ୍କୁ ବାହା ବାହା ମିଳିବାରେ ଲାଗିଛି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିବାନୀଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କୁ ସାଧୁବାଦ ଦେଇଛନ୍ତି । ଫୋନରେ ଶିବାନୀଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ମୋହନ ମାଝୀ । ତାଙ୍କ ମହାନ୍ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ଘର ଓ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଶିବାନୀ ଭଉଣୀଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କ ମହାନ୍ କାର୍ଯ୍ୟର ପ୍ରଶଂସା କଲିI ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ତାଙ୍କୁ ଘର ଓ ଅନ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଲି I #OdishaBravesDanahttps://t.co/ZEMcgBDQjFpic.twitter.com/3G5YNT2Wux
— Mohan Charan Majhi (@MohanMOdisha) October 25, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/25/teykoceOqb8QCwMesRAI.jpg)