କନକ ବ୍ୟୁରୋ: ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜେ ବାରବାଟୀ ଷ୍ଟାଡିୟମ୍ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ୍ ଖେଳିଥିଲେ। ତାଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହିତ କ୍ରିକେଟ୍ ଖେଳିଥିଲେ। ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାନଡେ ମ୍ୟାଚ ଖେଳାଯିବ। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଓ ୭ ତାରିଖରେ କାଉଣ୍ଟରରେ ମିଳିବ
ବାରବାଟୀରେ କ୍ରିକେଟ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଖେଳାଯିବ ।
କଟକ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ପ୍ରସ୍ତୁତି ବୁଝିଲେ । ବିଜେପି ସରକାରରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉତ୍ସାହିତ ଥିବା କହିଲେ ମୋହନ ମାଝୀ ।
/kanak/media/media_files/2025/01/31/oz3mfgPdWEigkVRYC43h.jpg)